fbpx
BSKY SKY
BSKY SKY

ବଢ଼ିଲା ଗ୍ରାହକଙ୍କ ଟେନସନ୍: HDFC ବ୍ୟାଙ୍କର ୬ ଲକ୍ଷ ଗ୍ରାହକଙ୍କ ଡାଟା ଲିକ! ସୂଚନା ଜାରି କଲା ବ୍ୟାଙ୍କ

BSKY

ନୂଆଦିଲ୍ଲୀ: ଯଦି ଆପଣଙ୍କର ଆକାଉଣ୍ଟ ଏଚଡିଏଫସି ବ୍ୟାଙ୍କରେ ରହିଛି ତେବେ ଆପଣଙ୍କ ପାଇଁ ଏକ ଚିନ୍ତାଜନକ ଖବର । ଦିନକୁ ଦିନ ସାଇବର ଫ୍ରଡ୍ ମାମଲା ବଢ଼ିବାରେ ଲାଗିଛି । ଠକମାନେ ଗ୍ରାହକଙ୍କୁ ବିଭିନ୍ନ ଆଳ ଦେଖାଇ ଟର୍ଗେଟ୍ କରୁଛନ୍ତି । ତେବେ ଏହା ମଧ୍ୟରେ ଗତ କିଛିଦିନ ଧରି ଏଚଡିଏଫସି ବ୍ୟାଙ୍କର ୬ ଲକ୍ଷ ଗ୍ରାହକଙ୍କ ଡାଟା ଡାର୍କ ୱେବରେ ଲିକ୍ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଯାଇଥିବା ରିପୋର୍ଟରେ ମଧ୍ୟ କୁହାଯାଉଥିଲା ।

ସୂଚନା ମୁତାବକ, ଜଣାଶୁଣା ସାଇବର କ୍ରିମିନାଲ ଫୋରମରେ ଏ ସମ୍ବନ୍ଧୀୟ ପୋଷ୍ଟ କରାଯାଇଛି । ଏହି ରିପୋର୍ଟ ପ୍ରଘଟ ହେବା ପରେ ବ୍ୟାଙ୍କ ଗ୍ରାହକଙ୍କ ଚିନ୍ତା ବଢ଼ିଯାଇଛି । ସାଇବର କ୍ରିମିନାଲ ମାନେ ଖାତାଧାରୀଙ୍କ ନାମ, ଇ-ମେଲ, ଠିକଣା ଓ ମୋବାଇଲ ନମ୍ବର ସହିତ ଜଡ଼ିତ ଡାଟା ଲିକ୍ କରିଦେଇଛନ୍ତି । ୬ ଲକ୍ଷ ଲୋକଙ୍କର ଡାଟାକୁ ଡାର୍କ ୱେରେ ଲିକ୍ କରାଯାଇଥିବା କୁହାଯାଉଛି ।

ତେବେ ଏହି ପୂରା ମାମଲାକୁ ନେଇ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ବୟାନ ସାମ୍ନାକୁ ଆସିଛି । ବ୍ୟାଙ୍କର ଅଫିସିଆଲ ୱିଟର ଆକାଉଣ୍ଟରେ ଏହି ରିପୋର୍ଟକୁ ଖଣ୍ଡନ କରାଯାଇଛି । ଏଚଡିଏଫସିର କୌଣସି ପ୍ରକାରର ଡାଟା ଲିକ୍ ହୋଇନାହିଁ ବୋଲି ବ୍ୟାଙ୍କ ତରଫରୁ କୁହାଯାଇଛି । ବ୍ୟାଙ୍କର କୌଣସି ସିଷ୍ଟମରେ ଭୁଲ ଭାବେ କିଛି ବି ଆକ୍ସେସ ହୋଇନାହିଁ । ଗ୍ରାହକଙ୍କ ଡାଟା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି । ବ୍ୟାଙ୍କିଂ ଇକୋସିଷ୍ଟମ ଉପରେ ବ୍ୟାଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ନଜର ରଖାଯାଇଛି । ଡାଟା ସିକ୍ୟୁରିଟି ବ୍ୟାଙ୍କର ପ୍ରାଥମିକତା ଅଟେ । ଏପରି ତଥ୍ୟକୁ ବ୍ୟାଙ୍କ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛି ।

Get real time updates directly on you device, subscribe now.