fbpx

କୁକୁର କାମୁଡ଼ାରେ ୪ ବର୍ଷର ବାଳକର ମୃତ୍ୟୁ: ୬ ଲକ୍ଷ ସହାୟତା ପ୍ରଦାନ ପାଇଁ ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ: ଗତ ମାସ ୧୯ ତାରିଖରେ ହାଇଦ୍ରାବାଦ ସହରରେ ରାସ୍ତାରେ କିଛି କୁକୁର ଏକ ୪ ବର୍ଷର ବାଳକକୁ ଝୁଣି ଝୁଣି ଖାଇଯାଇଥିଲେ । ଉକ୍ତ ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଥିଲା । ପିଲାଟି ରାସ୍ତାରେ ଯାଉଥିବା ସମୟରେ କୁକୁରମାନେ ହଠାତ୍ ତା’ ଉପରକୁ ଆକ୍ରମଣ କରି ତାକୁ ତଳେ ପକାଇ ଦେଇଥିଲେ । ପରବର୍ତ୍ତୀ ସମୟରେ କୁକୁରମାନେ ତାକୁ କାମୁଡ଼ିବାରେ ଲାଗିଥିଲେ ଓ ଡାକ୍ତରଖାନାରେ ତା’ର ମୃତ୍ୟୁ ଘଟିଥିଲା ।

ତେବେ ବାଳକର ମୃତ୍ୟୁ ମାମଲାରେ ଗ୍ରେଟର ହାଇଦ୍ରାବାଦ ନଗର ନିଗମ (ଜିଏଚଏମସି) ପକ୍ଷରୁ ମୃତକର ପରିବାରବର୍ଗଙ୍କୁ ୬ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ନେଇ ଘୋଷଣା କରାଯାଇଛି । ସେଥିପାଇଁ ନିକଟରେ ଜିଏଚଏମସିର ବରିଷ୍ଠ ଅଧିକାରୀ, ଅଣ ସରକାରୀ ସଂଗଠନର ପ୍ରତିନିଧି ଓ କିଛି ରାଜନୈତିକ ଦଳର ତିନି ପରିଷଦ ଏକତ୍ର ବୈଠକ କରିଥିଲେ । ଏହି ସହାୟତା ସହିତ ମୃତ ବାଳକର ପରିବାରକୁ ୨ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା ।

ଏହି ମାମଲାରେ ମେୟର କହିଛନ୍ତି, ଏପରି ଦୁର୍ଭାଗ୍ୟଜନକ ଘଟଣା ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଏଥିପାଇଁ ଏକ ସର୍ବଦଳୀୟ ସମିତି ଗଠନ କରାଯିବ । ସହରରେ ବୁଲା କୁକୁରଙ୍କ ସମସ୍ୟାକୁ ଦୂର କରିବା ପାଇଁ ପ୍ରସ୍ତାବ ମଗାଯାଇଛି । କୁକୁରଙ୍କୁ ଧରିବା ପାଇଁ ୩୦ଟି ଯାନ ରହିଥିବା ବେଳେ ଆଉ ୨୦ଟି ନିୟୋଜିତ କରାଯିବ । ଦୈନିକ ନସବନ୍ଦୀ କୁକୁରଙ୍କ ସଂଖ୍ୟା ୧୫୦ରୁ ବୃଦ୍ଧି କରାଯାଇ ୪୦୦-୪୫୦ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

Get real time updates directly on you device, subscribe now.