fbpx

ଜଳପ୍ରପାତରେ ଭାସିଗଲେ ୬ ଡାକ୍ତରୀ ଛାତ୍ରଛାତ୍ରୀ, ୨ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର: ମାଲକାନଗିରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଳପ୍ରପାତରେ ୬ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଭାସିଯାଇଛନ୍ତି। ତେବେ ଜଳପ୍ରପାତରୁ ୩ଜଣ ଡାକ୍ତରୀ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ୩ ଜଣ ନିଖୋଜ ଅଛନ୍ତି ଏବଂ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ସମସ୍ତ ଛାତ୍ରଛାତ୍ରୀ ଏଲୁର ଆଶ୍ରମ ମେଡିକାଲ କଲେଜର ବୋଲି ଜଣାପଡିଛି। ଆନ୍ଧ୍ରର ଜଳତରଙ୍ଗିନୀ ଝରଣାକୁ ବୁଲିବାକୁ ଯାଇଥିଲେ।

ଅନ୍ୟ ପକ୍ଷରେ ଚୌଦ୍ୱାର ବିରୁପା ନଦୀକୁ ଛାତ୍ର ଡେଇଁ ପଡିଲେ। ବ୍ୟାରେଜରେ ସାଇକେଲ ଓ ମୋବାଇଲ ରଖି ଡେଇଁ ପଡିଛନ୍ତି। ନିଖୋଜ ଛାତ୍ର ଚୌଦ୍ୱାର ୧୨ ନଂ ୱାର୍ଡର ପ୍ରଦୀପ ଦାସ ବୋଲି ଜଣାପଡିଛି। ସେ ଚୌଦ୍ୱାର କଲେଜର +୩ ବାଣିଜ୍ୟ ଛାତ୍ର ଅଟନ୍ତି। ଗତକାଲି ରାତିରୁ ଘରୁ ପଳାଇଥିଲେ ପ୍ରଦୀପ। ତେବେ ଘଟଣାସ୍ଥଳରେ ଜଗତପୁର ପୋଲିସ ଓ ଅଗ୍ନିଶମ ଟିମ୍ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି।

Get real time updates directly on you device, subscribe now.