fbpx

ହିରାକୁଦର ଖୋଲିଲା ଆଉ ୬ଟି ଗେଟ୍: ମୋଟ ୨୦ଟି ଗେଟ୍ ଦେଇ …

Advertisement

ସମ୍ବଲପୁର: କିଛି ଦିନ ହେବ ଉପର ମୁଣ୍ଡରେ ଲାଗାଣ ବର୍ଷା କାରଣରୁ ହିରାକୁଦର ଜଳ ଭଣ୍ଡାର ବଢିବାର ଲାଗିଛି । ତେବେ ଆଜି ସକାଳେ ହିରାକୁଦର ୪ଟି ଗେଟ୍ ଖୋଲାଯାଇଥିବା ବେଳେ ବର୍ତ୍ତମାନ ଆଉ ୬ ଟି ଗେଟ୍ ପୁଣି ଖୋଲା ଯାଇଛି । ଯାହାଫଳରେ ଏବେ ମୋଟ ୨୦ ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେଉଛି ।

ସୁଚନା ମୁତାବକ ଗତକାଲି ହିରାକୁଦର ଜଳ ସ୍ତର ୬.୧୫ ଘନଫୁଟ ରହିଥିଲା । ତେବେ ବର୍ତ୍ତମାନ ଡ୍ୟାମକୁୁ ୩,୭୭,୩୧୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ, ଡ୍ୟାମରୁ ୩,୩୦,୮୯୯ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ଅନ୍ୟପକ୍ଷେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଜଳକା ନଦୀ ସ୍ତର । ମଥାନିଠାରେ ବିପଦ ସଂକେତ ଟପିଛି ଜଳକା । ଏନେଇ ଜଳକା ନିକଟରେ ଥିବା ବସ୍ତା ଓ ସଦର ବ୍ଲକରେ ବନ୍ୟା ଆଶଙ୍କା ଦେଖା ଦେଇଛି ।

Get real time updates directly on you device, subscribe now.