ଜାହଜରୁ ଚିହ୍ନଟ ହେଲେ ୬୬ କରୋନା ପଜିଟିଭ: କରିଥିଲେ ବିଦେଶ ଯାତ୍ରା

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ମୁମ୍ବାଇ, ଦିଲ୍ଲୀ ଭଳି ରାଜ୍ୟରେ ଦୈନିକ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି । ସେପଟେ ଦେଶରେ ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ପରଲକ୍ଷିତ ହୋଇଛି । ଏହାରି ମଧ୍ୟରେ ମୁମ୍ବାଇରେ ଏକ ଜୁକ୍ର ଜାହଜରେ ଯାତ୍ରା କରିଥିବା ୨୦୦୦ ଯାତ୍ରୀଙ୍କ ମଧ୍ୟରୁ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କର୍ଡେଲିଆ କ୍ରୁଜ ଜାହାଜରେ ଯାତ୍ରା କରିଥିବା ୨ ହଜାର ଯାତ୍ରୀଙ୍କୁ ମଧ୍ୟରୁ ୬୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ପ୍ରଶାସନ । ସେପଟେ ମୁମ୍ବାଇ ପୋର୍ଟ ଟ୍ରଷ୍ଟ ଏନେଇ ସୂଚନା ଦେଇଛନ୍ତି । ଏହା ସହ ସମସ୍ତ ଯାତ୍ରୀଙ୍କୁ ଆଇସୋଲେସନରେ ରହିବା ପାଇଁ କୁହାଯାଇଛି ।

ସୋମବାର ଗୋଟିଏ ଦିନରେ ୩୩, ୭୫୦ କୋଭିଡ୍ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଆଜିଠାରୁ ସାରା ଦେଶରେ ଶିଶୁଙ୍କୁ ଟିକାକରଣ ଆରମ୍ଭ ହୋଇଛି । ଶିଶୁଙ୍କୁ ଟିକାକରଣର ପ୍ରଥମ ପର୍ଯ୍ୟାୟରେ ୧୫ରୁ ୧୮ ବର୍ଷର ପିଲାଙ୍କୁ ପ୍ରଥମେ ଟିକାକରଣ କରାଯାଇଛି ।