ଉତ୍ତରପ୍ରଦେଶ: ଜାମୁକୋଳି ଖାଇବାକୁ ଦେଇ ଏକୁଟିଆ ଘରକୁ ନେଇ 6 ବର୍ଷୀୟା ନିର୍ଦ୍ଦୋଷ ଝିଅକୁ ବଳାତ୍କାର। ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାର ବାସରେହର ଥାନା ଅଞ୍ଚଳର ଏକ ଗାଁରେ ଘଟିଯାଇଛି ଏଭଳି ଅମାନବୀୟ ଘଟଣା।
ପ୍ରକୃତରେ, ଜଣେ 22 ବର୍ଷୀୟ ଯୁବକ ଜାମୁକୋଳି ଖାଇବାକୁ ଦେବା ବାହାନାରେ ଗୋଟିଏ 6 ବର୍ଷୀୟା ଝିଅକୁ ତା ଘରକୁ ନେଇଯାଇଥିଲା। ତା ପରେ ଛୋଟ ଝିଅକୁ ଏକାକୀ ପାଇ ଘର ଭିତରେ ତା ସହ ଦୁଷ୍କର୍ମ କରିଥିଲା।
ଯେତେବେଳେ ସେହି ଯୁବକ ଜଣଙ୍କ ଜାମୁକୋଳିରେ ଲୋଭ ଦେଖାଇ ଛୋଟ ଝିଅଟିକୁ ଘରକୁ ଡାକି ନେଇଥିଲା ସେତେବେଳେ ଆଉ ଜଣେ ଯୁବକ ଏହି ସବୁ ଦେଖି ପୀଡ଼ିତାଙ୍କ ମା’ଙ୍କୁ କହିଥିଲେ। ତା ପରେ ପୀଡ଼ିତାଙ୍କ ମା’ ଝିଅଟି କଣ କରୁଛି ବୋଲି କହି ତାଙ୍କ ବଡ ଝିଅକୁ ସେଠାକୁ ପଠାଇଲେ। ବଡ ଝିଅ ଯାଇ ସେଠାରେ ଏହି ସବୁ ଦେଖି ତାଙ୍କ ମାଙ୍କୁ ତୁରନ୍ତ ଜଣାଇଥିଲେ।
ଏହିସବୁ ବିଷୟରେ ପୀଡ଼ିତାଙ୍କ ମାଆ ଜାଣି ସେହି ଘରେ ପହଞ୍ଚି ତାଙ୍କ ଝିଅକୁ ବାହାରକୁ ଆଣି ପୋଲିସକୁ ଫୋନ କରି ଏହିସବୁ ଘଟଣା ବିଷୟରେ ଜଣାଇଲେ। ତା’ପରେ ଫରେନସିକ୍ ଟିମ୍, SP ଗ୍ରାମାଞ୍ଚଳ, CO ସୈଫାଇ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।