ଭୁବନେଶ୍ବର: କଟକରୁ ପୁଣି ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । ବାରଙ୍ଗ ତ୍ରିଶୂଳିଆ ଅଞ୍ଚଳରେ 6 ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ପୀଡିତାକୁ ଉଦ୍ଧାର କରି କଟକ ଶିଶୁଭବନରେ ଭର୍ତ୍ତି କରାଯାଇଛି । ତେବେ ଏନେଇ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନା ଅନୁସାରେ, ପୀଡିତାଙ୍କ ପରିବାର ନୟାଗଡର ହୋଇଥିବା ବେଳେ ସେମାନେ କଟକରେ ରହି ଇଟା ଭାଟିରେ କାମ କରୁଥିଲେ । ତେବେ ବାପା ମାଆ କାମ କରିବାକୁ ଯାଇଥିବା ବେଳେ ଜଣେ ନାବାଳକ ଆସି ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଜଣାପଡିଛି । ତେବେ ଦୁଷ୍କର୍ମକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭଲ କରିଛି । ତେବେ ଦୁଷ୍କର୍ମକାରୀଜଣକ ଝାଡଖଣ୍ଡ ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ବାରଙ୍ଗ ଥାନାରେ ଏନେଇ ଅଭିଯୋଗ ହେବା ପରେ ପୋଲିସ ଉଦ୍ଧାର କରି ଶିଶୁଭବନରେ ଭର୍ତ୍ତି କରିଛି । ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଗତ କିଛି ଦିନ ତଳେ କଟକରୁ ହିଁ ଏକ ଦୁଷ୍କର୍ମ ଖବର ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନର ଏହି ଖବର ଚର୍ଚ୍ଚାକୁ ଦ୍ବିଗୁଣିତ କରିଛି ।