fbpx
BSKY SKY
BSKY SKY

ଇରାନରେ ୬.୦ ତୀବ୍ରତାର ଭୂକଂପ ଝଟକା

BSKY

ନୂଆଦିଲ୍ଳୀ: ଦକ୍ଷିଣ ଇରାନରେ ଗୁରୁବାର ସକାଳେ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ରହିଛି । ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠରୁ ୧୦ କିମି ଗଭୀରରେ ରହିଛି । ଏପର୍ଯ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

ଏହା ପୂର୍ବରୁ ବୁଧବାର ଜାପାନରେ ମଧ୍ୟ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ବୁଧବାର ରାତି ୮.୬ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ର ସ୍ଥଳ ଟୋକ୍ୟୋ ଠାରୁ ୨୯୭ କିମି ଦୂର ରହିଥିଲା । ଭୂମିକମ୍ପ ଯୋଗୁଁ ୨୦ ଲକ୍ଷ ଘରର ବିଜୁଳି ଚାଲି ଯାଇଛି । ସୁନାମୀ ନେଇ ମଧ୍ୟ ଚେତାବନୀ ଦିଆଯାଇଥିଲା । ଏହି ଭୂମିକମ୍ପରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିଲେ ।

ଭାରତରେ ମଧ୍ୟ ବୁଧବାର ରାତିରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ଝଟକା ରାତି ପ୍ରାୟ ୯:୪୦ ସମୟରେ ଜମ୍ମୁ କଶ୍ମୀରର ଶ୍ରୀନଗର ଠାରୁ ୧୧୯ କିମି ଦୂରରେ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୪.୨ ରହିଥିଲା । ଅବଶ୍ୟ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।

Get real time updates directly on you device, subscribe now.