fbpx

ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୬୦ ପିଲା ଅସୁସ୍ଥ: ସରକାର ନେଲେ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ: ସ୍କୁଲରେ ପିଲାମାନଙ୍କ ପାଇଁ ସରକାରଙ୍କ ତରଫରୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହି ମଧ୍ୟାହ୍ନ ଭୋଜନ ଅନେକ ସମୟରେ ବିପଦର କାରଣ ପାଲଟିଛି । ବର୍ତ୍ତମାନ ପଞ୍ଜାବରୁ ଏଭଳି ଏକ ଖବର ଜାଣିବାକୁ ମିଳିଛି । ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ପ୍ରାୟ ୬୦ରୁ ଅଧିକ ପିଲା ଅସୁସ୍ଥ ହୋଇ ପଡ଼ିଥିବା ଜଣାଯାଇଛି । ସଂଗରୁର ଅଞ୍ଚଳର ଘାବଦାରେ ଥିବା ମେରିଟୋରିୟସ ସ୍କୁଲରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବର୍ତ୍ତମାନ ମେଡିକାଲରେ ଅଧିକାଂଶ ପିଲା ଚିକିତ୍ସାଧୀନ ଥିବା ବେଳେ ସ୍କୁଲର ପ୍ରିନ୍ସପାଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ୨୦ ଜଣ ପିଲା ପେଟ ଯନ୍ତ୍ରଣା ଏବଂ ବାନ୍ତି ହେଉଥିବା ଅଭିଯୋଗ ନେଇ ସରକାରୀ ହସ୍ପିଟାଲରେ ପହଞ୍ଚିଛନ୍ତି । ତେବେ ଏଥିରୁ ୧୫ ଜଣଙ୍କୁ ଛୁଟି ଦିଆ ଯାଇଛି । ଏହାପରେ ଶନିବାର ପ୍ରାୟ ୩ ଡର୍ଜନରୁ ଅଧିକ ପିଲା ଏହି ସମସ୍ୟାରେ ପୀଡ଼ିତ ହୋଇଛନ୍ତି । ବର୍ତ୍ତମାନ ମେଡିକାଲରେ ୫୦ରୁ ଅଧିକ ପିଲା ଚିକିତ୍ସା ଜାରି ରହିଛି । ଏହି ମାମଲାରେ ମେରିଟୋରିୟସ ସ୍କୁଲ ସଙ୍ଗରୁରର ପ୍ରିନ୍ସପାଲ ନିଲମ୍ବିତ କରାଯାଇଛି । ଏ ନେଇ ଡାକ୍ତର କହିଛନ୍ତି, ପ୍ରାଥମିକ ଚିକିତ୍ସାରୁ ପିଲାମାନଙ୍କୁ ଫୁଡ ପଏଜନିଙ୍ଗ ହୋଇଥିବା ବେଳେ ଏହାର ଯାଞ୍ଚ କରାଯାଉଛି । ଏଥିପାଇଁ ଖାଦ୍ୟର ସାମ୍ପଲ ନେବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ସ୍କୁଲକୁ ପଠାଯାଇଛି । ଖାଦ୍ୟ ଖାଇବା ପରେ ସେମାନେ ପେଟରେ ଯନ୍ତ୍ରଣା ଅନୁଭବ କରୁଥିବା କହିଛନ୍ତି ଅସୁସ୍ଥ ପିଲା । ଏହାବ୍ୟତୀତ ଖାଦ୍ୟରେ କୀଟପତଙ୍ଗ ମିଳୁଥିବା ନେଇ ପୂର୍ବରୁ ମଧ୍ୟ ଅଭିଯୋଗ କରିଥିଲେ ଚାତ୍ରଛାତ୍ରୀ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିବା ବେଳେ ବର୍ତ୍ତମାନ ଏହି ଘଟଣା ପରେ ପିଲାମାନଙ୍କର ପିତାମାତା ଚିନ୍ତିତ ଅଛନ୍ତି ।

ସାଙ୍ଗୁରର ସରକାରୀ ଡାକ୍ତରଖାନାର ଡାକ୍ତର କହିଛନ୍ତି ଯେ ଗତକାଲି ରାତିରେ ୨୦ ଜଣ ପିଲା ଆସିଛନ୍ତି। ଆଜି ସକାଳେ ପ୍ରାୟ ୩୫ ପିଲା ଆସିଛନ୍ତି, ସମସ୍ତ ପିଲାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି । ସାଧାରଣ ପେଟ ଯନ୍ତ୍ରଣା ଏବଂ ବାନ୍ତି ଅଭିଯୋଗରେ ପିଲାମାନେ ଆସିଥିଲେ। ୧୪ ପିଲାଙ୍କୁ ଡିସଚାର୍ଜ କରି ଘରକୁ ପଠାଯାଇଥିଲା । ଆମେ ବିଦ୍ୟାଳୟକୁ ଏକ ଦଳ ପଠାଇଛୁ, ଯାହା ଖାଦ୍ୟ ନମୁନା ନେଇ ପରୀକ୍ଷା କରିବ । ପ୍ରାରମ୍ଭିକ ଅନୁସନ୍ଧାନ ଅନୁଯାୟୀ ଏହା ଖାଦ୍ୟ ବିଷାକ୍ତ ଅଟେ। କାରଣ ପିଲାମାନେ ଖାଦ୍ୟ ଖାଇବା ପରେ ହିଁ ଏହି ସମସ୍ୟାର ସମ୍ମୁଖୀନ ହୁଅନ୍ତି ।

Get real time updates directly on you device, subscribe now.