fbpx

ଖୁସି ଖବର : ଓଡ଼ିଶାରେ ଆଜି ୬୧୭୬ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୫।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬୧୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪ ଲକ୍ଷ ୧୬ ହଜାର ୪୦୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି କଳାହାଣ୍ଡିରୁ ୫୧୯, କଟକରୁ ୪୮୫, ବଲାଙ୍ଗିରରୁ ୪୫୯, ସୁନ୍ଦରଗଡ଼ରୁ ୪୩୩, ଝାରସୁଗୁଡ଼ାରୁ ୨୬୩ ସୁସ୍ଥ, ଅନୁଗୁଳରୁ ୨୪୩ ସୁସ୍ଥ, ବରଗଡ଼ରୁ ୨୩୯, ପୁରୀରୁ ୨୨୮, ସମ୍ବଲପୁରରୁ ୨୨୫, ନବରଙ୍ଗପୁରରୁ ୨୦୦, ନୂଆପଡ଼ାରୁ ୧୯୫, ଗଞ୍ଜାମରୁ ୧୬୮, ମୟୂରଭଞ୍ଜରୁ ୧୪୯, ସୋନପୁରରୁ ୧୨୦, କେନ୍ଦ୍ରାପଡ଼ାରୁ ୧୧୩, ଯାଜପୁରରୁ ୧୧୨, ନୟାଗଡ଼ରୁ ୧୦୩ ଜଣ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.