IPL-2025; ୨୦୪ ଖେଳାଳିଙ୍କ ଉପରେ ବର୍ଷିବ ୬୪୧ କୋଟି: ଏହିସବୁ ଖେଳାଳିଙ୍କ ଉପରେ ରହିବ ସବୁ ଦଳର ନଜର

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୫ ପାଇଁ ଆସନ୍ତା ୨୪-୨୫ ତାରିଖରେ ହେବ ମେଗା ଅକ୍ସନ । ଏଥିପାଇଁ ୧୫୭୪ ଜଣ ଖେଳାଳି ନାମ ପଞ୍ଜିକରଣ କରିଥିବା ବେଳେ ୧୦୦୦ ଜଣ ଖେଳାଳିଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦିଆଯାଇଛି । ତେଣୁ ମେଗା ଅକ୍ସନ ପାଇଁ ବର୍ତ୍ତମାନ ୫୭୪ ଜଣ ଖେଳାଳିଙ୍କ ନାମ ଉପଲବ୍ଧ ହୋଇଛି । ଏହି ତାଲିକାରେ କେ.ଏଲ ରାହୁଲ, ଋଷଭ ପନ୍ତ, ଶ୍ରେୟସ ଆୟର, ରବିଚନ୍ଦ୍ରନ ଅଶ୍ୱୀନ, ଫାଫ୍ ଡୁପ୍ଲେସିସ, ଜୋସ ବଟଲର ଏବଂ ଗ୍ଲେନ ମାକ୍ସୱେଲଙ୍କ ସମେତ ଆହୁରି ଅନେକ ବଡ଼ ଖେଳାଳିଙ୍କ ନାଁ ସାମିଲ ରହିଛି । ତେଣୁ ଏମାନଙ୍କ ଉପରେ ପ୍ରତ୍ୟେକ ଦଳର ନଜର ରହିବ ବୋଲି ଆଶା କରାଯାଉଛି ।

ତେବେ ଅକ୍ସନରେ ୫୭୪ ଖେଳାଳି ମଧ୍ୟରୁ ମୋଟ ୨୦୪ ଜଣ ଖେଳାଳି ୧୦ଟି ଫ୍ରାଞ୍ଚାଇଜିରେ ସାମିଲ ହେବେ । ୧୦ଟି ଟିମ୍ ରେ ବର୍ତ୍ତମାନ ମୋଟ ୪୬ ଜଣ ଖେଳାଳି ରିଟେନ୍ ହୋଇଥିବା ବେଳେ ଆଉ ୨୦୪ଟି ସ୍ଲଟ୍ ଖାଲି ରହିଛି । ତେବେ ଏଥିପାଇଁ ସମସ୍ତ ଫ୍ରାଞ୍ଚାଇଜି ପାଖରେ ମୋଟ ୬୪୧ କୋଟି ଟଙ୍କା ରହିଛି । ତେଣୁ ଷ୍ଟାର କ୍ରିକେଟରମାନଙ୍କ ଉପରେ ଟଙ୍କା ବର୍ଷା ହେବ ବୋଲି ଆଶା କରାଯାଉଛି । ୧୫୭୪ ଜଣ ଖେଳାଳିଙ୍କ ଭିତରୁ ମେଗା ଅକ୍ସନ ପାଇଁ ୫୭୪ ଜଣ ଖେଳାଳିଙ୍କୁ ଶର୍ଟ ଲିଷ୍ଟ କରାଯାଇଛି ।

କେ.ଏଲ ରାହୁଲ, ଋଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱୀନ, ୟୁଜବେନ୍ଦ୍ର ଚହଲ ଏବଂ ମହମ୍ମଦ ଶାମୀ ଏବଂ ଶ୍ରେୟସ ଆୟରଙ୍କ ଭଳି ଭାରତୀୟ ଖେଳାଳିଙ୍କ ନାମ ରହିଛି । ସେହିପରି ବିଦେଶୀ ଖେଳାଳିଙ୍କ ମଧ୍ୟରେ ଫାଫ ଡୁପ୍ଲେସିସ, ଗ୍ଲେନ ମାକ୍ସୱେଲ, ଜୋସ ବଟଲର, ମିଚେଲ ଷ୍ଟାର୍କ, ଡାଭିଡ ୱାର୍ଣ୍ଣର ଏବଂ ଜେମ୍ସ ଆଣ୍ଡରସନଙ୍କ ନାମ ମଧ୍ୟ ସାମିଲ ରହିଛି । ତେଣୁ ଏମାନଙ୍କ ମଧ୍ୟରୁ କେଉଁ ଖେଳାଳି ସବୁଠୁ ମହଙ୍ଗା ଦାମରେ ବିକ୍ରି ହେବେ, ତାହା ଦେଖିବାକୁ ବାକି ରହିଲା ।

କାହା ପାଖରେ କେତେ ଟଙ୍କା?

ଆଇପିଏଲ ୨୦୨୫ ପାଇଁ ପ୍ରତ୍ୟେକ ଫ୍ରାଞ୍ଚାଇଜି ପାଖରେ ୧୨୦ କୋଟି ଟଙ୍କା ପର୍ସ ମନି ରହିଛି । ରିଟେନସନ ପରେ ପଞ୍ଜାବ କିଙ୍ଗସ ପାକରେ ସର୍ବାଧିକ ୧୧୦.୫ କୋଟି ଟଙ୍କା ରହିଛି । ତେଣୁ ଏହି ଦଳ ଅଧିକାଂଶ ବଡ଼ ଖେଳାଳିଙ୍କ ଉପରେ ଟାର୍ଗେଟ କରିପାରେ । ତେବେ ପଞ୍ଜାବ ପରେ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ହାତରେ ୮୩ କୋଟି ରହିଥିବା ବେଳେ, ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ୭୩ କୋଟି, ଗୁଜୁରାଟ ଟାଇଟନ୍ସ ପାଖରେ ୬୯ କୋଟି ଟଙ୍କା ରହିଛି । ସେହିପରି ଲକ୍ଷେ୍ନø ସୁପର ଜିଆଣ୍ଟସ ପାଖରେ ୬୯ କୋଟି ଟଙ୍କା ରହିଥିବା ବେଳେ ଚେନ୍ନାଇ ସୁପର କିଙ୍ଗସ ପକେଟରେ ୫୫ କୋଟି ଟଙ୍କା ରହିଛି । ଏହାପରେ କୋଲାକାତା ନାଇଟ ରାଇଡର୍ସ ୫୧ କୋଟି, ମୁମ୍ବାଇ ଇଣ୍ଡିଆନ୍ସ ୪୫ କୋଟି ଏବଂ ସନରାଇଜର୍ସ ହାଇଦ୍ରାବାଦ ମାତ୍ର ୪୫ କୋଟି ଟଙ୍କା ସହ ନିଲାମୀ ମଇଦାନକୁ ଓହ୍ଲାଇବେ ।