fbpx

କରମଣ୍ଡଳ ଦୁର୍ଘଟଣା: ୬୬୧ ଜଣଙ୍କୁ ମିଳିସାରିଛି କ୍ଷତିପୂରଣ, ସିପିଆରଓ ଦେଲେ ସୂଚନା

Advertisement

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣା ଅନେକ ଲୋକଙ୍କ ପରିବାରକୁ ଅନାଥ କରି ଦେଇଛି । ଶହ ଶହ ଲୋକଙ୍କ ମୃତ୍ୟୁ ସହିତ ପ୍ରାୟ ୧୨୦୦ ଲୋକଙ୍କ ଆହତ ପରେ ଅନେକ ପରିବାର ବେସାହାରା ହୋଇ ପଡିଛି । ତେବେ ଏହି ମୃତାହତଙ୍କ ପରିବାରକୁ ଏବେ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ରେଲୱେ ପକ୍ଷରୁ ଏପର୍ଯ୍ୟନ୍ତ ମୋଟ ୬୬୧ ଜଣଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ହୋଇଛି । ଏ ନେଇ ଦକ୍ଷିଣ-ପୂର୍ବତଟ ରେଲୱେ ସିପିଆରଓ ଆଦିତ୍ୟ ଚୌଧୂରୀ ସୂଚନା ଦେଇଛନ୍ତି । ଏହି ୬୬୧ ଜଣଙ୍କୁ ୨୨.୬୬ କୋଟି ଟଙ୍କା କ୍ଷତିପୂରଣ ଭାବରେ ପ୍ରଦାନ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।

ତେବେ ବର୍ତ୍ତମାନ ବାହାନଗା ଦୁର୍ଘଟଣାକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ଅନେକ ଲୋକଙ୍କ ଶବ ଚିହ୍ନଟ ହୋଇ ପାରିନାହିଁ । ଭୁବନେଶ୍ୱର ଏମ୍ସ ମେଡିକାଲରେ ଏବେ ବି ଅନେକ ଜଣଙ୍କ ମୃତଦେହ ରଖାଯାଇଥିବା ବେଳେ ଏହାକୁ ଚିହ୍ନଟ କରିବା ପାଇଁ ପରିବାର ପକ୍ଷରୁ କେହି କୌଣସି ପ୍ରକାରର ଯୋଗାଯୋଗ କରିନାହାନ୍ତି । ସେପଟେ ଫରେନ୍ସିକ ଟିମ ସହିତ ସିବିଆଇ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Get real time updates directly on you device, subscribe now.