fbpx
BSKY SKY
BSKY SKY

୬୭ ବର୍ଷୀୟ ବୃଦ୍ଧଙ୍କୁ ହୃଦୟ ଦେଇ ବସିଲେ ୧୯ ବର୍ଷୀୟ ଯୁବତୀ, ବିବାହ ପରେ ହାଇକୋର୍ଟରେ ମାଗିଲେ ସୁରକ୍ଷା

BSKY

ହରିୟାଣା: କୁହାଯାଏ ପ୍ରେମ ଅନ୍ଧ ହୋଇଥାଏ । ଉଚ୍ଚ, ନିଚ, ଜାତି, ବୟସ, ଧର୍ମ କିଛି ବି ଦେଖେନାହିଁ । ପ୍ରେମ ଯେକୌଣସି ବ୍ୟକ୍ତିଙ୍କ ସହ ହୋଇପାରେ । ଆଉ ଥରେ ପ୍ରେମ ହୋଇଗଲେ କିପରି ତାକୁ ସଫଳ କରିବେ ସେହି ଚେଷ୍ଟାରେ ଲାଗି ପଡ଼ନ୍ତି ପ୍ରେମୀ ଯୁଗଳ । ତେବେ ପ୍ରେମର ରାସ୍ତା ସେତେବେଳେ କଣ୍ଟକିତ ହୋଇଯାଏ, ଯେତେବେଳେ ସେମାନେ ପ୍ରଥମରୁ ହିଁ ବିବାହିତ ହୋଇଥାନ୍ତି । ଏହିଭଳି ଏକ ଘଟଣା ସାମାନାକୁ ଆସିଛି । ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

ହରିୟାଣାରେ ପଲବଲ ଜିଲ୍ଲାରେ ହଥୀନ୍ ଠାରେ ଦୁଇ ପ୍ରେମୀ ଯୁଗଳଙ୍କ କାହାଣୀ ଏବେ ଚର୍ଚ୍ଚାରେ ରହିଛି । ସୂଚନା ଯେ, ଜଣେ ୬୭ ବର୍ଷିୟ ବୃଦ୍ଧଙ୍କୁ ୧୯ ବର୍ଷୀୟ ଯୁବତୀଙ୍କ ସହିତ ପ୍ରେମ ହୋଇଯାଇଛି । ଏବେ ସେମାନେ ବିବାହ କରି ସାରିଥିବା ବେଳେ ସେମାନଙ୍କ ପରିବାର ସହମତି ପ୍ରକାଶ କରୁନାହାନ୍ତି । ତେଣୁ ସେମାନେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ସୁରକ୍ଷା ମାଗିଛନ୍ତି । ହେଲେ ଏଯାବତ୍ ସୁରକ୍ଷା ମିଳିନାହିଁ । ଅଗଷ୍ଟ ୧୦ ତାରିଖରେ ସେମାନଙ୍କ ମାମଲାର ଶୁଣାଣି କରାଯିବ ବୋଲି ସୂଚନା ରହିଛି ।

ଅନ୍ୟପଟେ ବୃଦ୍ଧ ଏବଂ ଯୁବତୀ ଦୁହେଁ ବିବାହିତ । ବୃଦ୍ଧଙ୍କର ପୂର୍ବରୁ ହିଁ ୭ଜଣ ସନ୍ତାନ ରହିଛନ୍ତି । ଯେଉଁମାନଙ୍କର ବିବାହ ହୋଇସାରିଛି । ଏବେ ଏହି ପ୍ରେମୀଯୁଗଳ ପରିବାର ପକ୍ଷରୁ ଜୀବନ ପ୍ରତି ବିପଦ ଥିବା କହି ହାଇକୋର୍ଟରେ ଆବେଦନ କରିଛନ୍ତି । ବୃଦ୍ଧଙ୍କ ପତ୍ନୀଙ୍କର ଚାରି ବର୍ଷ ପୂର୍ବେ ପରଲୋକ ହୋଇଯାଇଛି । ଏହି ମାମଲାରେ କୋର୍ଟ ପକ୍ଷରୁ ଆଦେଶ ଜାରି ହୋଇଛି । ଏଥିରେ କୁହାଯାଇଛି ଯେ, ଏହାର ଯାଞ୍ଚ କରାଯାଉ । ତେବେ ଯୁବତୀଙ୍କ ଘରକୁ ଜମିମାମଲାରେ ସାହାଯ୍ୟ କରିବାକୁ ଯିବା ସମୟରେ ବୃଦ୍ଧଙ୍କ ସହିତ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ।

Get real time updates directly on you device, subscribe now.