fbpx
BSKY
BJD MC SKY
BJD MS SKY

ଗୁଇନ୍ଦା ସଂସ୍ଥାରେ ୬୭୭ ପଦ ଖାଲି: ଦଶମ ପାସ୍ ପ୍ରାର୍ଥୀଙ୍କୁ ସୁରକ୍ଷା ସହାୟକ ଓ MTS ପଦରେ ଦିଆଯିବ ନିଯୁକ୍ତି

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ପକ୍ଷରୁ ସିକ୍ୟୁରିଟି ଆସିଷ୍ଟାଣ୍ଟ ଓ ଏମଟିଏସ୍ ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ମୋଟ ୬୭୭ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ୱେବସାଇଟ୍ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଅକ୍ଟୋବର ମାସ ୧୪ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ନଭେମ୍ବର ମାସ ୧୩ ତାରିଖରେ ସମାପ୍ତ ହେବ । ଆବେଦନର ଅନ୍ତିମ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସମସ୍ତ ପ୍ରାର୍ଥୀଙ୍କୁ ୫୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ ।

ପ୍ରାର୍ଥୀ ଦଶମ୍ ପାସ୍ କରିଥିବା ଆବଶ୍ୟକ । ସୁରକ୍ଷା ସହାୟକ / ମୋଟର ଟ୍ରାନ୍ସପୋର୍ଟ ପାଇଁ ୩୬୨ଟି ଓ ଏମଟିଏସ୍ ପାଇଁ ୩୧୫ଟି ପଦ ଖାଲି ରହିଛି । ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ, ଅନ୍ୟ ପଛୁଆ ବର୍ଗ (ଓବିସି) ପ୍ରାର୍ଥୀଙ୍କ ପାଇଁ ୩ ବର୍ଷର ବୟସ କୋହଳ କରାଯିବ । ସୁରକ୍ଷା ସହାୟକ ପ୍ରାର୍ଥୀଙ୍କୁ ଲେବଲ-୧ (୨୧,୭୦୦- ୬୯,୧୦୦) ଓ ଏମଟିଏସ ପ୍ରାର୍ଥୀଙ୍କୁ ଲେବଲ-୧ (୧୮,୦୦୦- ୫୬,୯୦୦) ପେ’ ମେଟ୍ରିକ୍ସରେ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ବେତନ ପ୍ରଦାନ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: Available on 14.10.2023

ୱେବସାଇଟ୍ ଲିଙ୍କ: https://www.mha.gov.in/en

Get real time updates directly on you device, subscribe now.