fbpx

69th National Film Awards 2023 ଘୋଷଣା: କାହାକୁ ମିଳିଲା ଶ୍ରେଷ୍ଠ ପୁରସ୍କାର

ନୂଆଦିଲ୍ଲୀ: ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା କରାଯାଇଛି । ଏହି ଅବସରରେ ସାରା ଦେଶର ବହୁ ଆଞ୍ଚଳିକ ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଫିଲ୍ମ ନିର୍ମାତା, ଟେକ୍ନିସିଆନଙ୍କୁ ପୁରସ୍କୃତ କରାଯାଇଛି । ଚଳଚ୍ଚିତ୍ର ଶିଳ୍ପ ସହ ଜଡ଼ିତ ସମସ୍ତ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକ, କଳାକାରଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

ଅଭିନେତା ଭିକ୍କି କୌଶଲଙ୍କ ଫିଲ୍ମ ‘ସର୍ଦ୍ଦାର ଉଧମ ସିଂହ’କୁ ଶ୍ରେଷ୍ଠ ହିନ୍ଦି ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଅଭିନେତ୍ରୀ ଆଲିଆ ଭଟ୍ଟ-କୃତି ସେନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି । ଶ୍ରେଷ୍ଠ ମିଶିଂ ଫିଲ୍ମ ବେମ୍ବୁ ରାଇସ, ବେଷ୍ଟ ଆସାମିଜ ଫିଲ୍ମ କଲକୋଖୋ, ବେଷ୍ଟ ହିନ୍ଦି ଫିଲ୍ମ ସର୍ଦ୍ଦାର ଉଧମ ସିଂହ, ବେଷ୍ଟ ଗୁଜରାତୀ ଫିଲ୍ମ ଲାଷ୍ଟ ଫିଲ୍ମ ଶୋ, ବେଷ୍ଟ କନଡ଼ ଫିଲ୍ମ ୭୭୭ ଚାର୍ଲି, ବେଷ୍ଟ ମେଥଲୀ ଫିଲ୍ମ ସମାନ୍ତରକୁ ପୁରସ୍କାର ମିଳିଛି ।

ସେହିପରି ଶେରଶାହକୁ ସ୍ପେଶାଲ ଜୁରୀ ପୁରସ୍କାର, ବେଷ୍ଟ ଆକ୍ସନ ଡାଇରେକ୍ସନ ଆୱାର୍ଡ ଆରଆରଆର, ବେଷ୍ଟ କୋରିଓଗ୍ରାଫି ଆରଆରଆର, ବେଷ୍ଟ ସ୍ପେଶାଲ ଇଫେକ୍ସଟ ଆରଆରଆର, ଗଙ୍ଗୁବାଇ କାଠିଆବାଡ଼ିକୁ ବେଷ୍ଟ ମେକଅପ ଆର୍ଟିଷ୍ଟ, ବେଷ୍ଟ ଏଡିଟିଂ ଓ ବେଷ୍ଟ ଡାଇଲଗ, ସର୍ଦ୍ଦାର ଉଧମ ସିଂହକୁ ବେଷ୍ଟ ସିନେମାଟୋଗ୍ରାଫି, ସ୍ମାଇଲ ପ୍ଲିଜକୁ ବେଷ୍ଟ ଡାଇରେକ୍ସନ, କୋଣ୍ଡା ପୋଲାମକୁ ବେଷ୍ଟ ଲିରିକ୍ସ ପୁରସ୍କାର ମିଳିଛି । ୧୯୫୪ ମସିହାରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆରମ୍ଭ କରାଯାଇଥିଲା । ଚଳଚ୍ଚିତ୍ର କ୍ଷେତ୍ରରେ ଏହା ହେଉଛି ଦେଶର ସର୍ବୋଚ୍ଚ ପୁରସ୍କାର । ଦେଶର ରାଷ୍ଟ୍ରପତି ବିଜେତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥାନ୍ତି ।

 

Get real time updates directly on you device, subscribe now.