fbpx

ସକାଳୁ ସକାଳୁ ଭୂକମ୍ପ ; ୭.୩ ତୀବ୍ରତାରେ ଜୋରଦାର କମ୍ପନ ଅନୁଭୂତ, ସୁନାମି ଚେତାବନୀ

ନୂଆଦିଲ୍ଲୀ : ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଜାରି ରହିଛି । ଭାରତୀୟ ସମୟ ଅନୁଯାୟୀ ଏହି ଆଜି ସକାଳ ୬.୧୧ ରେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡର କରମାଡେକ୍ ଦ୍ୱୀପପୁଞ୍ଜରେ ୭.୩ ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପ ନଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଭୂମି ତଳେ ୧୦ କିଲୋମିଟର ଗଭୀରରେ ଥିଲା। ଭୂକମ୍ପ ପରେ ସୁନାମି ଚେତାବନୀ ଦିଆଯାଇଛି। ଏହାପୂର୍ବରୁ ମାର୍ଚ୍ଚ ମାସରେ ନ୍ୟୁଜିଲ୍ୟାଣ୍ଡରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା।ବର୍ତ୍ତମାନ ପର୍ଯ୍ୟନ୍ତ ଭୂକମ୍ପରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନାହିଁ।

ଆମେରିକୀୟ ସୁନାମି ୱାର୍ଣ୍ଣିଂ ସିଷ୍ଟମ ପକ୍ଷରୁ କୁହାଯାଇଛି ଯେ, ୭.୩ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ପରେ ଏହି ଅଞ୍ଚଳରେ ସୁନାମି ହେବାର ଆଶଙ୍କା ରହିଛି। ଅନ୍ୟ ପକ୍ଷରେ ସୁନାମିର କୌଣସି ବିପଦ ନାହିଁ ବୋଲି ପୈସେପିକ ୱାର୍ଣ୍ଣିଂ ସେଣ୍ଟର ପକ୍ଷରୁ କୁହାଯାଇଛି । ହାୱାଇ, ପଶ୍ଚିମ ତଟ, ବ୍ରିଟିଶ କଲମ୍ବିଆ କିମ୍ବା ଆଲାସ୍କାରେ ସୁନାମି ହେବାର ଆଶଙ୍କା ନାହିଁ ।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୬ ରେ ଭୂକମ୍ପରେ କମ୍ପନ ଅନୁଭୂତ ହୋଇଥିଲା। ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୦ ଥିଲା । ନ୍ୟୁଜିଲ୍ୟାଣ୍ଡର କରମାଡେକ୍ ଦ୍ୱୀପରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ପୃଥିବୀ ପୃଷ୍ଠରେ ଭୂକମ୍ପ କାହିଁକି ବା କେମିତି ହୁଏ ?

ପୃଥିବୀ ଭିତରେ ସମୁଦାୟ ୭ ଟେକ୍ଟୋନିକ୍ ପ୍ଲେଟ୍ ରହିଛି । ଏହି ପ୍ଲେଟଗୁଡିକ କ୍ରମାଗତ ଭାବରେ ଘୂର୍ଣ୍ଣନ କରେ । ଯେତେବେଳେ ଏହି ପ୍ଲେଟଗୁଡ଼ିକ ପରସ୍ପର ସହିତ ଧକ୍କା ହୁଏ, ଭୂମି କମ୍ପିବା ଆରମ୍ଭ କରେ । ଏହାକୁ ଭୂକମ୍ପ କୁହାଯାଏ ଜ୍ଝ ଭୂକମ୍ପ ମାପିବା ପାଇଁ ରିଚ୍ଟର ସ୍କେଲ ବ୍ୟବହୃତ ହୁଏ । ଯାହାକୁ ରିଚ୍ଟର ମ୍ୟାଗ୍ନିଚ୍ୟୁଡ୍ ସ୍କେଲ୍ କୁହାଯାଏ । ରିଚ୍ଟର ମ୍ୟାଗ୍ନିଚ୍ୟୁଡ୍ ୦ ରୁ ୯ ମଧ୍ୟରେ ରହିଥାଏ । ଶୂନ୍ୟ ସର୍ବନିମ୍ନ ଅଟେ । ଭୂକମ୍ପର ତୀବ୍ରତା ୯ ହେଲେ ଏହା ଭୟାବହ ପ୍ରଳୟ ସୃଷ୍ଟି କରେ । ଯାହା ତୁର୍କୀ ଓ ସିରିଆରେ ଦେଖିବାକୁ ମିଳେ ।

Get real time updates directly on you device, subscribe now.