fbpx

୭ ମାସର ଗର୍ଭବତୀଙ୍କୁ ଆର୍ବୋସନ୍ ପାଇଁ ହାଇକୋର୍ଟ ଦେଲେ ଅନୁମତି, ଜାଣନ୍ତୁ କଣ ରହିଛି ପୂରା ମାମଲା

ନୂଆଦିଲ୍ଲୀ: ଜଣେ ୭ ମାସର ଗଭବତୀ ମହିଳାଙ୍କ ଭ୍ରୁଣର ଅସାମାନ୍ୟତାକୁ ଆଖି ଆଗରେ ରଖି ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏକ ମାମଲାର ସାମଧାନ କରିବାକୁ ଯାଇ ହାଇକୋର୍ଟ କହିଛନ୍ତି ଯେ, ପ୍ରଜନନ ପସନ୍ଦ ବ୍ୟକ୍ତିଗତ ସ୍ୱତନ୍ତ୍ରତାର ଏକ ପରିଣାମ ଯାହା ଅନୁଚ୍ଛେଦ ୨୧ରେ ଦର୍ଶାଯାଇଛି । ଜଷ୍ଟିସ୍ ଜ୍ୟୋତି ସିଂଙ୍କ ପୀଠ ମହିଳାଙ୍କର ଆବେଦନକୁ ସ୍ୱୀକାର କରି କହିଛନ୍ତି ଯେ, ଯଦି ତାଙ୍କୁ ଏପରି କରିବାକୁ ଦିଆଯିବ ନାହି ତେବେ ତାହା ଆବେଦନକର୍ତ୍ତାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ । ତେଣୁ ଗର୍ଭବତୀଙ୍କ ଅସାମାନ୍ୟତାକୁ ଦେଖି ଆବେଦନକର୍ତ୍ତାଙ୍କୁ ନିଜର ଗର୍ଭକୁ ରଖିବା କିମ୍ବା ନ ରଖିବାର ନିର୍ଣ୍ଣୟ କରିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯିବା ନ୍ୟାୟସଙ୍ଗତ ଅଟେ ।

ପୀଠ କହିଛନ୍ତି ଯେ, ମେଡିକାଲ୍ ବୋର୍ଡଙ୍କୁ ରାୟକୁ ପରଖିବା ପରେ ଏହି ଆଦେଶ ଦିଆଯାଇଛି । ହାଇକୋର୍ଟ କହିଛନ୍ତି ଯେ, ଭ୍ରୁଣ ସ୍ୱାସ୍ଥ୍ୟ ଓ ସାମନ୍ୟ ଜୀବନ ଅନୁକୂଳ ନାହିଁ । ଚିକିତ୍ସା ବିଶେଷଜ୍ଞ ନିଜର ରିପୋର୍ଟରେ କହିଛନ୍ତି ଯେ, ଶିଶୁର ଜୀବନର ପ୍ରାରମ୍ଭିକ ଚରଣରେ ହାର୍ଟ ସର୍ଜରୀର ଆବଶ୍ୟକତା ପଡ଼ିପାରେ ଅଥବା କିଛି ସମୟ ପରେ ଏପରି ସ୍ଥିତି ଉପୂଛିପାରେ । ତେଣୁ ଏପରି ସ୍ଥିତିରେ ଯଦି ଶିଶୁ କୁ ଜନ୍ମ ଦିଆଯାଉଛି ତେବେ ତାର କିଶୋରବସ୍ଥାରେ ଅନେକ ଜଟିଳତା ଦେଇ ଗତି କରିବାକୁ ପଡ଼ିପାରେ । ଜନ୍ମ ପରେ ପୋଷ୍ଟ-ଅପରେଟିଭ୍ ସମସ୍ୟା ଓ ଅନ୍ୟାନ୍ୟ ସମସ୍ୟାଖଉ ଦେଖି ଗର୍ଭପାତ ପାଇଁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.