ଓଡିଶା ଭାସ୍କର: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପୁଣି ଚିହ୍ନଟ ହୋଇଛନ୍ତି 7 ନୂଆ କରୋନା ପଜିଟିଭ। ପୂର୍ବରୁ ଏହା ତାର କରାଳ ରୂପ ଦେଖାଇ ସାରିଥିବା ବେଳେ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା।
ତେବେ ଏହା ପୁଣି ରାଜ୍ୟରେ ବଢ଼ିବାରେ ଲାଗିଲାଣି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 16 କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ, କଟକରେ 9ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
କେବଳ ସେତିକି ନୁହେଁ, ପୁରୀ, ଜଗତସିଂପୁର, କେନ୍ଦୁଝର, ସୁନ୍ଦରଗଡ ଓ ବାଲେଶ୍ଵରରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟାମୋଟି କହିବାକୁ ଗଲେ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 30କୁ ବୃଦ୍ଧି ପାଇଛି।