fbpx

ବିଶ୍ୱକପ୍ ମଧ୍ୟରେ BCCIର ବଡ଼ ଘୋଷଣା: ୭ ଜଣ ଖେଳାଳିଙ୍କୁ ମିଳିଲା ଫାଷ୍ଟ ବୋଲିଂ କଣ୍ଟ୍ରାକ୍ଟ!

Advertisement

ନୂଆଦିଲ୍ଲୀ: ଆଜି ଚଳିତ ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଭାରତ-ଇଂଲଣ୍ଡ ପରସ୍ପର ମୁହାଁମୁହିଁ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରି ଭାରତ ୮ ଓଭରରେ ୨ ୱିକେଟ ହରାଇ ୬୫ ରନ୍ ସଂଗ୍ରହ କରିଥିବା ବେଳେ ବର୍ଷା କାରଣରୁ ମ୍ୟାଚ ଅଧାରେ ରହିଛି । ତେବେ ଏହା ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ବଡ଼ ଘୋଷଣା କରିଛି । ବୋର୍ଡ ପକ୍ଷରୁ ସାତ ଜଣ ଖେଳାଳିଙ୍କୁ ଫାଷ୍ଟ ବୋଲିଂ କଣ୍ଟ୍ରାକ୍ଟ ମିଳିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

ଏକ ରିପୋର୍ଟ ମୁତାବକ, ବୋର୍ଡ ପକ୍ଷରୁ ଦ୍ରୁତ ବୋଲର ମୟଙ୍କ ଯାଦବ, ଆକାଶ ଦୀପ, ବିଜୟକୁମାର ବୈଶାକ, ତୁଷାର ଦେଶପାଣ୍ଡେ, ଉମରାନ ମଲିକ, ବିଦ୍ୱାର୍ଥ କାବେରପ୍ପା ଓ ୟଶ ଦୟାଲ ଫାଷ୍ଟ ବୋଲିଂ କଣ୍ଟ୍ରାକ୍ଟ ପାଇଛନ୍ତି । ଫାଷ୍ଟ ବୋଲିଂ କଣ୍ଟ୍ରାକ୍ଟ ମିଳିବା ପରେ ବିସିସିଆଇ ଏହି ଖେଳାଳିମାନଙ୍କର ଖୟାଲ ରଖିବ । ସେମାନଙ୍କର ପ୍ରଶିକ୍ଷଣ ଓ ଆହତ ସମ୍ବନ୍ଧୀୟ ପ୍ରସଙ୍ଗ ପରେ ରାଷ୍ଟ୍ରୀୟ କ୍ରିକେଟ ଆକାଡେମୀ (ଏନସିଏ)ର ନଜର ରହିବ । ଫାଷ୍ଟ ବୋଲିଂ କଣ୍ଟ୍ରାକ୍ଟ ମିଳିବା ଏହି ବୋଲରଙ୍କ ପାଇଁ ଏକ ଭଲ ସଙ୍କେତ ଅଟେ । ଏହି ଖେଳାଳିମାନେ ବିସିସିଆଇର ଭବିଷ୍ୟତର ଏକ ବୋଲି ଏହା ସଙ୍କେତ ଦେଉଛି ।

Get real time updates directly on you device, subscribe now.