fbpx

କରମଣ୍ଡଳ ଦୁର୍ଘଟଣା: ୭୦ ଜଣଙ୍କ ମୃତଦେହ ଉଦ୍ଧାର ସୂଚନା, ୧୦୦ ଛୁଇଁପାରେ ସଂଖ୍ୟା

ବାଲେଶ୍ୱର: ଭୟଙ୍କର କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୭୦ ଛୁଇଁଥିବା ରିପୋର୍ଟ ହସ୍ତଗତ ହୋଇଛି । ଏବେ ବି ଦୁର୍ଘଟଣାସ୍ଥଳରୁ ଗୋଟି ପରେ ଗୋଟିଏ ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏହି କ୍ରମରେ ମୃତ୍ୟୁସଂଖ୍ୟା ଖୁବଶୀଘ୍ର ୧୦୦ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି । ବାଲେଶ୍ୱର ଟ୍ରେନ ଦୁର୍ଘଟଣାକୁ ନେଇ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ମିଳିଥିବା ସଦ୍ୟ ରିପୋର୍ଟ ଅନୁଯାୟୀ ଦୁର୍ଘଟଣାରେ ପ୍ରାୟ ୩୫୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ତେବେ ଏହାସହିତ ପ୍ରାୟ ୭୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି । କରମଣ୍ଡଳ ଏକ୍ସପ୍ରେସ ଏବଂ ବେଙ୍ଗଲୁରୁ-ହାୱଡା ଟ୍ରେନ ଉଭୟ ମଧ୍ୟରେ ଦୁର୍ଘଟଣା ହେବାରୁ ଉଭୟ ଗାଡିର ପ୍ରାୟ ୧୭ଟି ବଗି ଲାଇନଚ୍ୟୁତ ହୋଇଛି । ଫଳରେ ଦୁଇଟି ଟ୍ରେନର ୩୫୦ରୁ ଅଧିକ ଯାତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Get real time updates directly on you device, subscribe now.