fbpx

ଯେସାକୁ ତେସା: ୧୦ ଦିନିଆ ବାଧ୍ୟତାମୁଳକ କ୍ୱାରେଣ୍ଟାଇନକୁ ଗଲେ ବ୍ରିଟେନରୁ ଆସିଥିବା ୭୦୦ ଯାତ୍ରୀ

ନୂଆଦିଲ୍ଲୀ: ବ୍ରିଟେନକୁ ଯାଉଥିବା ଭାରତୀୟ ଯାତ୍ରୀଙ୍କ ପାଇଁ ରହିଥିବା ପ୍ରତିବନ୍ଧକରେ ଯେସାକୁ ତେସା ନୀତି ଆପଣାଇଛି ଭାରତ । ଏହି ପରିପ୍ରେକ୍ଷୀରେ ଲଣ୍ଡନରୁ ଆସିଥିବା ୭୦୦ ଯାତ୍ରୀଙ୍କ ଆରଟିପିସିଆର୍ ଟେଷ୍ଟ ପରେ ସେମାନଙ୍କୁ ୧୦ ଦିନିଆ ବାଧ୍ୟତାମୁଳକ କ୍ୱାରେଣ୍ଟାଇନ୍ କୁ ପଠାଇଦିଆଯାଇଛି । ଏହା ପୂର୍ବରୁ ବ୍ରିଟେନ୍ ପକ୍ଷରୁ ଅକ୍ଟୋବର ୪ ତାରିଖରୁ ନିୟମରେ ଆଂଶିକ କୋହଳ କରାଯାଇଥିଲା କିନ୍ତୁ ଭାରତରୁ ଆସୁଥିବା ଯାତ୍ରୀଙ୍କ ପାଇଁ କ୍ୱାରେଣ୍ଟାଇନ୍ ସର୍ତ୍ତ ବଳବତ୍ତର ରଖାଯାଇଥିଲା ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ନୁତନ ଭିସା ନିୟମ ଅନୁସାରେ ରବିବାର ମଧ୍ୟରାତ୍ରରୁ ଲାଗୁ ହୋଇଛି । ଏହାପରେ ତିନିଟି ବିମାନ ଇନ୍ଦିରାଗାନ୍ଧି ବିମାନବନ୍ଦରରେ ଅବତରଣ କରିଥିଲା । ଏଥିରେ ପ୍ରାୟ ୭୦୦ ଜଣ ଯାତ୍ରୀ ରହିଥିଲେ । ଏଥିରେ ପ୍ରବାସୀ ଭାରତୀୟଙ୍କ ବ୍ୟତୀତ ଅନେକ ବିଦେଶୀ ନାଗରିକ ମଧ୍ୟ ରହିଥିଲେ । ବିମାନବନ୍ଦରରେ ଦିଲ୍ଲୀ ସରକାରଙ୍କ ଅଧିକାରୀ ମାନେ ଉପସ୍ଥିତ ରହିଥିବା ବେଳେ ସେମାନଙ୍କୁ ସେଠାରୁ କ୍ୱାରେଣ୍ଟାଇନ୍ ସ୍ଥାନ ସମ୍ପର୍କରେ ସୂଚନା ଦିଆଯାଇଥିଲା ।

ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ୧୦ ଦିନ ପର୍ଯ୍ୟନ୍ତ ରହିବାକୁ ହେବ । ଏହାପରେ ଯାତ୍ରୀ ମାନେ ଯେଉଁ ଆଡ଼େ ଚାହିଁବେ ଯାଇପାରିବେ । ଦିଲ୍ଳୀ ସରକାରଙ୍କ ଏକ ଟିମ୍ ବିମାନବନ୍ଦର ଉପରେ ନଜର ରଖିଛନ୍ତି ।

Get real time updates directly on you device, subscribe now.