fbpx

Post Office Scheme… ୭୧ ଲକ୍ଷ ଟଙ୍କା ପାଇବେ କନ୍ୟାରତ୍ନ: ୨୧ ବର୍ଷ ବୟସରୁ ଝିଅମାନଙ୍କୁ ମିଳିବ ଏହି ଟଙ୍କା

ନୂଆଦିଲ୍ଲୀ: ଆଧୁନିକ ସମୟରେ ଲୋକେ ନିବେଶ କରିବାର ବିକଳ୍ପ ରାସ୍ତା ଖୋଜିବାରେ ଲାଗିଛନ୍ତି । ଏହି ସମୟରେ ସେୟାର ବଜାରରେ ନିବେଶକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବ୍ୟାଙ୍କ ଫିକ୍ସ ଡିପୋଜିଟ ଏବଂ ସରକାରୀ ଯୋଜନାରେ ନିବେଶ କରିବା ପରିବର୍ତ୍ତେ ସେୟାର ବଜାରକୁ ବିକଳ୍ପ ରାସ୍ତା ଭାବରେ ବାଛି ନେଇଛନ୍ତି ଯୁବପିଢୀ । କିନ୍ତୁ ସରକାରୀ ଯୋଜନାରେ ଅଧିକ ଲାଭ ମିଳିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏଭଳି ଏକ ସରକାରୀ ଯୋଜନା, ଯେଉଁଥିରେ ଆପଣଙ୍କୁ ଟାକ୍ସ ବେନିଫିଟ ସହିତ ଅଧିକ ରାଶିର ଲାଭ ମିଳିପାରିବ ।

ଏହି ଯୋଜନା ଝିଅମାନଙ୍କ ପାଇଁ ଖୋଲାଯାଇଛି । ଯେକୌଣସି ନାଗରିକ ୧୦ ବା କମ୍ ବର୍ଷର ଝିଅଙ୍କ ପାଇଁ ଏହି ଯୋଜନାରେ ନିବେଶ କରିପାରିବେ । ସୁକନ୍ୟା ସମୃଦ୍ଧି ଯୋଜନା ଅଧୀନରେ ଯେକୌଣସି ବ୍ୟକ୍ତି ବାର୍ଷିକ ଅତି କମରେ ମାସିକ ୨୫୦ ଟଙ୍କା ଜମା କରିପାରିବେ । ତେବେ ଏହି ଯୋଜନାରେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଜମା କରିପାରିବେ । ଦେଶର ଜାରି ରହିଥିବା ସମସ୍ତ ସରକାରୀ ଯୋଜନା ମଧ୍ୟରୁ ସବୁଠାରୁ ଅଧିକ ସୁଧ ଦେଉଥିବା ଯୋଜନା ମାନଙ୍କ ଭିତରେ ସାମିଲ ରହିଛି ସୁକନ୍ୟା ସମୃଦ୍ଧି ଯୋଜନା । ଏହାର ଆକାଉଣ୍ଟଧାରୀଙ୍କୁ ବାର୍ଷିକ ୮.୨ ପ୍ରତିଶତ ହାରରେ ସୁଧ ପ୍ରଦାନ କରାଯାଏ । କିଛି ବର୍ଷ ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ଆମାଉଣ୍ଟ ନିବେଶ କରିବା ପରେ ଆପଣଙ୍କ ଝିଅଙ୍କୁ ୭୧ ଲକ୍ଷରୁ ଅଧିକ ଟଙ୍କା ମିଳିପାରେ ।

ଏହି ଯୋଜନା ଅଧୀନରେ ଭାରତୀୟ ନାଗରିକ ପୋଷ୍ଟ ଅଫିସର ଯେକୌଣସି ବ୍ରାଞ୍ଚରେ ନିଜ ଝିଅଙ୍କ ନାମ ସାମିଲ କରିପାରିବେ । ଏଥିରେ ମୋଟ ୧୫ ବର୍ଷ ପର୍ଯ୍ୟନ୍ତ ନିବେଶ କରିପାରିବେ ଏବଂ ଏହାପରେ ୨୧ ବର୍ଷ ପୂରଣ ହେବା ପରେ ମାଚ୍ୟୁରିଟିରେ ସମସ୍ତ ଆମାଉଣ୍ଟ ପ୍ରଦାନ କରାଯିବ । ଏହି ଯୋଜନା ଅଧୀନରେ ବାର୍ଷିକ ୧.୫ ଲକ୍ଷ ଟଙ୍କା ଲେଖାଏଁ ୧୫ ବର୍ଷ ପର୍ଯ୍ୟନ୍ତ ଜମା କରିପାରିବେ । ପ୍ରତ୍ୟେକ ଆର୍ତିକ ବର୍ଷରେ ଏପ୍ରିଲ ୫ ତାରିଖ ପୂର୍ବରୁ ଖାତାରେ ଟଙ୍କା ଜମା କଲେ, ଏହି ଯୋଜନାରେ ସର୍ବାଧିକ ସୁଧ ପାଇବାର ସୁଯୋଗ ପାଇପାରିବେ ଗ୍ରାହକ । ତେବେ ୧୫ ବର୍ଷ ପର୍ଯ୍ୟନ୍ତ ଏହି ରାଶି ଜମା କରିବା ପରେ ମୋଟ ଜମା ଟଙ୍କା ୨୨,୫୦,୦୦୦ ଟଙ୍କା ହେବ । ସେହିପରି ମାଚ୍ୟୁରିଟିରେ ୭୧,୮୨,୧୧୯ ଟଙ୍କା ମିଳିପାରିବ । ଏଥିରେ ସୁଧ ଆମାଉଣ୍ଟ ମୋଟ ୪୯,୩୨,୧୧୯ ଟଙ୍କା ରହିବ । ତେବେ ମାଚ୍ୟୁରିଟିରେ ମିଳୁଥିବା ଏହି ରାଶି ସମ୍ପୂର୍ଣ୍ଣ କରମୁକ୍ତ ହୋଇଥାଏ ।

Get real time updates directly on you device, subscribe now.