fbpx

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୮.୩% ଭୋଟିଂ: ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ପ୍ରତିଶତ ମତଦାନ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚାଲିଛି । ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ରେକର୍ଡ ସଂଖ୍ୟାକ ଭୋଟିଂ ହୋଇଥିବା ଜଣାପଡିଛି । ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ୭୮.୩ ପ୍ରତିଶତ ମତଦାନ ହୋଇଛି । ପଛୁଆ ଜିଲ୍ଲାରେ ମତଦାନ ପ୍ରତିଶତ ବଢ଼ୁଛି ।

ସୋନପୁରରେ ୮୫.୬୭% ମତଦାନ ହୋଇଥିବା ବେଳେ ଝାରସୁଗୁଡ଼ାରେ ୮୫.୧% ଭୋଟିଂ ହୋଇଛି । ସେହିପରି ବୌଦ୍ଧରେ ୮୪.୯%, କଳାହାଣ୍ଡିରେ ୮୩.୮୧%, ଗଜପତିରେ ୮୨.୬୯% ଭୋଟ ଗ୍ରହଣ କରାଯାଇଛି । ୨ ପର୍ଯ୍ୟାୟ ଭୋଟ ଗ୍ରହଣ ନେଇ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.