fbpx
BSKY
BJD MC SKY
BJD MS SKY

IBରେ ଚାକିରି ସୁଯୋଗ: ୭୯୭ଟି ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଦିଆଯିବ ନିଯୁକ୍ତି

ଚାକିରି ଖୋଜୁଥିବା ସମସ୍ତ ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ଆସନ୍ତା ମାସ ୩ ତାରିଖରୁ ୨୩ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ମୋଟ ୭୯୭ଟି ପଦ ଖାଲି ରହିଥିବା ବେଳେ ଜେନେରାଲ ପ୍ରାର୍ଥୀଙ୍କ ପାଇଁ ୩୨୫ଟି, ଇଡବ୍ଲ୍ୟୁଏସଙ୍କ ପାଇଁ ୭୯ଟି, ଓବିସିଙ୍କ ପାଇଁ ୨୧୫ଟି, ଏସସିଙ୍କ ପାଇଁ ୧୧୯ଟି ଓ ଏସଟିଙ୍କ ୫୯ଟି ପଦ ସଂରକ୍ଷିତ ରହିଛି ।

ପ୍ରାର୍ଥୀ ପ୍ରାସଙ୍ଗିକ ଇଞ୍ଜିନିୟରିଂ ବିଷୟରେ ଯେ କୌଣସି ସ୍ୱୀକୃତିପ୍ରାପ୍ତ ୟୁନିଭରସିଟି କିମ୍ବା ଶିକ୍ଷାନୁଷ୍ଠାନରୁ ଡିଗ୍ରୀ / ଡିପ୍ଲୋମା ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ ୧୮ରୁ ୨୭ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ଓବିସିଙ୍କ କ୍ଷେତ୍ରରେ ୩ ବର୍ଷ ଓ ଏସସି / ଏସଟିଙ୍କ କ୍ଷେତ୍ରରେ ୫ ବର୍ଷର ବୟସ କୋହଳ କରାଯିବ । ଯୋଗ୍ୟ ପ୍ରାର୍ଥୀଙ୍କୁ ଜୁନିୟର ଇଣ୍ଟେଲିଜେନ୍ସ ଅଫିସର ଭାବେ ନିଯୁକ୍ତି ଦିଆଯିବ ।

ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀଙ୍କୁ ୧୦୦ ମାର୍କର ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ । ପରୀକ୍ଷାରେ ସମସ୍ତ ପ୍ରଶ୍ନ ଅବଜେକ୍ଟିଭ୍ ଟାଇପର ଆସିବ । ଏଥିପାଇଁ ପ୍ରାର୍ଥୀଙ୍କୁ ୨ ଘଣ୍ଟାର ସମୟ ମିଳିବ । ପରୀକ୍ଷାରେ ନେଗେଟିଭ୍ ମାର୍କିଂ ବ୍ୟବସ୍ଥା ରହିବ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାର୍ଥୀଙ୍କୁ ୩୦ ମାର୍କର ଦକ୍ଷତା ପରୀକ୍ଷା ଦେବାକୁ ପଡ଼ିବ । ଅନ୍ତିମ ପର୍ଯ୍ୟାୟରେ ପ୍ରାର୍ଥୀଙ୍କର ସାକ୍ଷାତକାର / ବ୍ୟକ୍ତିତ୍ୱ ଟେଷ୍ଟ ନିଆଯିବ, ଯାହାକି ୨୦ ମାର୍କ ରହିବ ।

ଅନଲାଇନ୍ ଆବେଦନ ଲିଙ୍କ: Available on 03-06-2023

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.mha.gov.in/en

Get real time updates directly on you device, subscribe now.