fbpx

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସିଖବର, ଜୁଲାଇରେ ବଢ଼ିବ DA, EPF ସହ ଅନ୍ୟ ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖୁସିଖବର । ପୁଣି ଥରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି ହେବାକୁଯାଉଛି । ଜୁଲାଇରେ DA ୫ ରୁ ୬ ପ୍ରତିଶତ ବଢ଼ିପାରେ । ଏହାପରେ PF ଏବଂ Gratuity ରେ ମଧ୍ୟ ବୃଦ୍ଧି ହୋଇପାରେ । ଏବେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪ ପ୍ରତିଶତ ରହିଛି । ଡିଏ ବଢ଼ିବା ପରେ ଟ୍ରାଭେଲ ଆଲାଉନ୍ସ, ସିଟି ଆଲାଉନ୍ସ ମଧ୍ୟ ବଢ଼ିବ । ଏବଂ ଏହା ସହ ପ୍ରୋଭିଡେଣ୍ଟ ଫଣ୍ଡ୍ ଏବଂ ଗ୍ରାଚ୍ୟୁଟିରେ ମଧ୍ୟ ବମ୍ପର ବୃଦ୍ଧି ହେବ । ଅର୍ଥାତ୍ ମୋଟ ଦରମାରେ ଜବରଦସ୍ତ ବୃଦ୍ଧି ହେବ ।

ଜାତୀୟ ଗଣମାଧ୍ୟମ ଅନୂଯାୟୀ, କେନ୍ଦ୍ରୀୟ କର୍ମଚାରୀଙ୍କ ମାସିକ ପିଏଫ୍ ଏବଂ ଗ୍ରାଚ୍ୟୁଟିର ଗଣନା ମୂଳଦରମା+ଡିଏ ହୋଇଥାଏ । ଯଦି ଡିଏ ବଢ଼ିବ ତେବେ ନିଶ୍ଚୟ ପିଏଫ ଏବଂ ଗ୍ରାଚ୍ୟୁଟି ମଧ୍ୟ ବଢ଼ିବ ।

ସୂଚନାଯୋଗ୍ୟ, ଗତବର୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୧୭ ପ୍ରତିଶତ ବୃଦ୍ଧି ହୋଇଛି । ଜୁନ୍ ୨୦୨୧ ରୁ ଏପର୍ଯ୍ୟନ୍ତ ଡିଏ ୧୭ ପ୍ରତିଶତ ରୁ ୩୪ ପ୍ରତିଶତରେ ପହଞ୍ଚିଛି । ଏମିତିରେ ଇପିଏଫ୍ ଏବଂ ଗ୍ରାଚ୍ୟୁଟି ରାଶିରେ ବୃଦ୍ଧି ହୋଇପାରେ ।

ଡିଏ ବଢ଼ିବାର ପ୍ରଭାବ ଟିଏ ଉପରେ ମଧ୍ୟ ପଡ଼ିଥାଏ । ଡିଏ ୩୪ ପ୍ରତିଶତ ହୋଇଛି ତେବେ TA ମଧ୍ୟ ବଢ଼ିବ ।

ଏଆଇସିପିଆଇର ଅନୁମାନ ଆଧାରରେ ଜୁଲାଇରେ ଏହି ବୃଦ୍ଧି ହୋଇପାରେ । ଯଦି ମେ’ ମାସର ସଂଖ୍ୟାରେ ବୃଦ୍ଧି ହୁଏ ତେବେ ନିଶ୍ଚିତ ଭାବରେ  ୬% ପର୍ଯ୍ୟନ୍ତ ଡିଏ ବୃଦ୍ଧି ହେବ । ଏହା ବ୍ୟତୀତ ୧୮ ମାସ ଧରି ଅଟକି ରହିଥିବା ଏରିୟର ଉପରେ ମଧ୍ୟ ନିଷ୍ପତ୍ତି ହେବ ।

Get real time updates directly on you device, subscribe now.