fbpx
BJD SKY
BJD SKY

Alt Newsର କୋ-ଫାଉଣ୍ଡର ମହମ୍ମଦ ଜୁବେର ଗିରଫ

BJD

ନୂଆଦିଲ୍ଲୀ: ଅଲଟ ନ୍ୟୁଜର କୋ-ଫାଉଣ୍ଡର ମହମ୍ମଦ ଜୁବେର ଗିରଫ ହୋଇଛନ୍ତି । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ଜୁବେରଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଦିଲ୍ଲୀ ପୋଲିସର ଆଇଏଫଏସଓ ୟୁନିଟର ସେକ୍ସନ ୧୫୩ ଓ ୨୯୫ଏ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ସୋସିଆଲ ମିଡ଼ିଆରେ ଲୋକଙ୍କ ମଧ୍ୟରେ ଧାର୍ମିକ ଭାବନା ସୃଷ୍ଟି କରି ଉସୁକାଇଭା ଭଳି ମାମଲା ତାଙ୍କ ନାମରେ ରହିଥିଲା ।

ସ୍ପେଶାଲ ସେଲ ମୁତାବକ, ପର୍ଯ୍ୟାପ୍ତ ପ୍ରମାଣ ହାସଲ କରିବା ପରେ ଜୁବେରଙ୍କୁ ଗିରଫ କରାଯାଇଛି । ଖୁବଶୀଘ୍ର ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବ । ଜୁବେର ତାଙ୍କର ଜଣେ ସହଯୋଗୀଙ୍କ ସହ ମିଶି ଏକ ୱେବସାଇଟ୍ ଚଳାଉଥିଲେ । ଜୁବେର ପ୍ରଥମ ବ୍ୟକ୍ତି ଭାବେ ନୁପୂର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ଉପରେ ଟ୍ୱିଟ୍ କରିଥିଲେ ।

ଅନ୍ୟପକ୍ଷରେ ଅଲଟ୍ ନ୍ୟୁଜର ସହପ୍ରତିଷ୍ଠାତା ପ୍ରତିକ ଚିହ୍ନା କହିଛନ୍ତି, ଗତ ୨୦୨୦ରେ ଜୁବେରଙ୍କ ନାମରେ ଏକ ଅଭିଯୋଗ ଦାୟର ହୋଇଥିଲା । ଉକ୍ତ ମାମଲାରେ ତାଙ୍କୁ ହାଇକୋର୍ଟ ସୁରକ୍ଷା ପ୍ରଦାନ କରିଥିଲେ । ମାତ୍ର ବିନା ନୋଟିସରେ ପୋଲିସ ଆଜି ସନ୍ଧ୍ୟା ୬.୪୫ରେ ପୋଲିସ ଜୁବେରଙ୍କୁ ଗିରଫ କରି ନେଇଥିଲା । ଏପରିକି ବାରମ୍ବାର ଅନୁରୋଧ କରିବା ପରେ ବି ପୋଲିସ ଏଫଆଇଆର କପି ପ୍ରଦାନ କରିନଥିଲା ।

Get real time updates directly on you device, subscribe now.