fbpx

୨୦୨୩ ବଜେଟ୍ ପରେ ସରକାରୀ କର୍ମଚାରୀଙ୍କ ବଢ଼ିବ ଦରମା! ଆସୁଛି ବଡ଼ ଖବର

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ବେତନର ଫିଟମେଣ୍ଟ ଫ୍ୟାକ୍ଟର୍ ୟୁନିଅନ୍ ବଜେଟ୍ ୨୦୨୩ ପରେ ସଂଶୋଧିତ ହେବାର ସମ୍ଭାବନା ଅଛି । ଫିଟମେଣ୍ଟ ଫ୍ୟାକ୍ଟରର ବୃଦ୍ଧି ଦ୍ୱାରା ସରକାରୀ କର୍ମଚାରୀଙ୍କ ଦରମା ବଢ଼ିବ । ଏହାପରେ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ଦରମା ଯାହା ଏବେ ୧୮ ହଜାର ଅଛି, ତାହା ୨୬ ହଜାର ଟଙ୍କାକୁ ବୃଦ୍ଧି ପାଇବ ।

ସାଧାରଣ ଫିଟମେଣ୍ଟ ଫ୍ୟାକ୍ଟର୍ ବର୍ତ୍ତମାନ ୨.୫୭ ପ୍ରତିଶତରେ ରହିଛି । ଏହାର ଅର୍ଥ ହେଉଛି ଯଦି ୪୨୦୦ ଗ୍ରେଡ୍ ପେରେ ୧୫,୫୦୦ ଟଙ୍କା ମୌଳିକ ଦରମା ମିଳେ, ତା’ହେଲେ ତାଙ୍କର ମୋଟ ଦରମା ୧୫,୫୦୦ ଗୁଣନ୨.୫୭ କିମ୍ବା ୩୯,୮୩୫ ଟଙ୍କା ହେବ । ଷଷ୍ଠ ସିପିସି ୧.୮୬ ଫିଟମେଣ୍ଟ ଅନୁପାତକୁ ସୁପାରିଶ କରିଥିଲା । ବର୍ତ୍ତମାନ ରିପୋର୍ଟ ଅନୁଯାୟୀ, ଫିଟମେଣ୍ଟ ଫ୍ୟାକ୍ଟରକୁ ୩.୬୮ କୁ ବୃଦ୍ଧି କରିବାକୁ କର୍ମଚାରୀମାନେ ସରକାରଙ୍କୁ ଦାବି କରୁଛନ୍ତି ।

ଫେବୃଆରୀ ୨୦ ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଭାଷଣ ସହିତ ୨୦୨୩ ବଜେଟ୍ ଉପସ୍ଥାପନ କରାଯିବ । ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୩୧ ରୁ ଆରମ୍ଭ ହେବ ।

ପୂର୍ବ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସପ୍ତମ ବେତନ ଆୟୋଗ ଅଧୀନରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ମଧ୍ୟ ମାର୍ଚ୍ଚ ୨୦୨୩ ରେ ନିଜର ମହଙ୍ଗା ଭତ୍ତା (ଡିଏ) ରେ ବୃଦ୍ଧି ହେବାର ସମ୍ଭାବନା ରହିଛି, ଯାହା ଜାନୁଆରୀ ୧ ରୁ ଲାଗୁ ହେବ । ପେନସନଭୋଗୀଙ୍କ ପାଇଁ ସରକାର ଡିଆରକୁ ମଧ୍ୟ ବୃଦ୍ଧି କରିବେ । ଏହା ବ୍ୟତୀତ କର୍ମଚାରୀମାନେ ମଧ୍ୟ ୧୮ ମାସର ଡିଏ ବକେୟା ପାଇବାର ସମ୍ଭାବନା ରହିଛି ।

ତେବେ ଡିଏ ଓ ଡିଆର ବର୍ଷକୁ ଦୁଇଥର ସଂଶୋଧିତ ହୁଏ । ୧ ଜାନୁଆରୀ ଏବଂ ୧ ଜୁଲାଇରୁ କାର୍ଯ୍ୟକାରୀ ହେଉଥିବା ଡିଏ ଗତ ସେପ୍ଟେମ୍ବରରେ ବୃଦ୍ଧି ପାଇଥିଲା, ଯାହାଦ୍ୱାରା ପ୍ରାୟ ୪୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୮ ଲକ୍ଷ ପେନ୍ସନ୍ଭୋଗୀ ଉପକୃତ ହୋଇଥିଲେ । ଡିଏରେ ୪ ପ୍ରତିଶତ ବୃଦ୍ଧି ଘଟିଥିଲା । ଏହାପୂର୍ବରୁ ସପ୍ତମ ବେତନ ଆୟୋଗ ଅଧୀନରେ ସରକାର ମାର୍ଚ୍ଚରେ ଡିଏକୁ ତିନି ପ୍ରତିଶତ ବୃଦ୍ଧି କରି ୩୪ ପ୍ରତିଶତକୁ ବୃଦ୍ଧି କରିଥିଲେ ।

Get real time updates directly on you device, subscribe now.