fbpx

ଡିଏ ବୃଦ୍ଧି ପୂର୍ବରୁ ପ୍ରମୋଶନକୁ ନେଇ ଆସିଲା ଖୁସି ଖବର, କେନ୍ଦ୍ର ସରକାର ଏହି କର୍ମଚାରୀଙ୍କୁ ଦେଲେ ଉପହାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ବର୍ଷର ଦ୍ୱିତୀୟ ଷଡମାସରେ ମହଙ୍ଗା ଭତ୍ତା ଅର୍ଥାତ୍ ଡିଏ ପାଇବା ଲାଗି ଅପେକ୍ଷାରେ ରହିଛନ୍ତି । ଏହା ପୂର୍ବରୁ କେନ୍ଦ୍ର ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟର କର୍ମଚାରୀଙ୍କ ପ୍ରମୋଶନ ସହ ଜଡିତ ନିୟମରେ ପରିବର୍ତ୍ତନ ଆଣିଛନ୍ତି । ମିଳିଥିବା ସୂଚନା ଅନୁସାରେ ପ୍ରତିରକ୍ଷା କର୍ମଚାରୀଙ୍କ ପ୍ରମୋଶନ ଲାଗି ଆବଶ୍ୟକ ନ୍ୟୁନତମ ଯୋଗ୍ୟତା ସେବାର ମାନଦଣ୍ଡକୁ ଅପଗ୍ରେଡ୍ କରାଯାଇଛି ।

ଏହି ସଂଶୋଧିତ ମାନଦଣ୍ଡ ସେହି ପ୍ରତିରକ୍ଷା କର୍ମଚାରୀଙ୍କ ଉପରେ ଲାଗୁ ହେବ ଯେଉଁମାନେ ସପ୍ତମ ବେତନ ଆୟୋଗର ବେତନ ମେଟ୍ରିକ୍ସ ଓ ବେତନ ସ୍ତରକୁ ପାଳନ କରୁଛନ୍ତି । ଏପରି କର୍ମଚାରୀଙ୍କ ଦରମା ପ୍ରତିରକ୍ଷା ସେବା ଅନୁଦାନରୁ କରାଯାଇଥାଏ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜରିଆରେ ପ୍ରମୋଶନର ଯୋଗ୍ୟତା ବିଷୟରେ ସୂଚନା ଦେଇଛନ୍ତି । ପ୍ରତିରକ୍ଷା ବିଭାଗର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର କର୍ମଚାରୀଙ୍କ ଲାଗି ୩ ବର୍ଷର ଅଭିଜ୍ଞତା ଓ ଦ୍ୱିତୀୟରୁ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଲାଗି ୩ରୁ ୮ ବର୍ଷ ପର୍ଯ୍ୟନ୍ତ ଅଭିଜ୍ଞତା ରହିଥିବା ଜରୁରୀ । ଏହିପରି ଭାବରେ ମୋଟ ୧୭ ଟି ଶ୍ରେଣୀର କର୍ମଚାରୀଙ୍କ ଲାଗି ୧ ବର୍ଷରୁ ୧୨ ବର୍ଷର ଅଭିଜ୍ଞତା ଆଧାରରେ ପ୍ରମୋଶନ ଦିଆଯିବାର ବ୍ୟବସ୍ଥା ରହିଛି ।
ଏହା ବ୍ୟତିତ ସରକାର ଏକ କୋଟିରୁ ଅଧିକ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ମହଙ୍ଗା ଭତ୍ତା ମଧ୍ୟ ଦେବାକୁ ଯାଉଛନ୍ତି । ଅନୁମାନ କରାଯାଉଛି ଯେ, ବର୍ଷର ଦ୍ୱିତୀୟାର୍ଦ୍ଧ ଲାଗି ଡିଏ ୩ ପ୍ରତିଶତ ବୃଦ୍ଧି କରି ୪୫ ପ୍ରତିଶତ କରିଦିଆଯିବ । ଏହି ଡିଏ ବୃଦ୍ଧି ୧ ଜୁଲାଇ ୨୦୨୩ରୁ ଲାଗୁ ହେବ ।

 

Get real time updates directly on you device, subscribe now.