fbpx

ବୟସ ମାତ୍ର ୭, ଆଇଫୋନ୍ ଗେମରେ ଉଡ଼ାଇଲେ ୧.୩ ଲକ୍ଷ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପିଲାମାନେ ଆଉଟଡୋର୍ ଗେମ୍ ଠାରୁ ଅଧିକ ଅନଲାଇନ୍ ଗେମ୍ ସଂସ୍ପର୍ଶରେ ଆସୁଛନ୍ତି । ଅଳ୍ପ ବୟସରୁ ହିଁ ଏହି ଅନଲାଇନ୍ ଗେମ୍ ଖେଳିବା ଏବେ ପିଲାମାନଙ୍କ ଏକ ପ୍ରକାରର ନିଶା ପାଲଟିଗଲାଣି । ଏ କ୍ଷେତ୍ରରେ ବାପା-ମାଆ ମାନେ ପିଲାମାନଙ୍କୁ ଯେତେ ତାଗିଦ୍ କଲେ ମଧ୍ୟ ଜିଦ୍ ରେ ଅଡି ବସୁଛନ୍ତି କିଛି ଅଳ୍ପ ବୟସର ପିଲା । ତେବେ ଏହିଭଳି ଏକ ନିଶାର ବଶବର୍ତ୍ତୀ ହୋଇଛନ୍ତି ଏକ ୭ ବର୍ଷ ବୟସର ପିଲା । ଯାହାର ପରିଣାମ ଏବେ ବାପାଙ୍କୁ ଭୋଗିବାକୁ ପଡିଛି । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଜଣେ ୭ ବର୍ଷର ପିଲା ଆଇଫୋନ୍ ଆପ୍ ଷ୍ଟୋରରୁ ଏକ ଗେମ୍ କିଣିବାକୁ ଯାଇ ବାପାଙ୍କର ୧.୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛି । ଆଉ ଏହା ମାତ୍ର ଏକ ଘଣ୍ଟା ମଧ୍ୟରେ ହୋଇଛି । ତେଣୁ ଏହି ଟଙ୍କା ପଇଠ କରିବା ପାଇଁ ବାପାଙ୍କୁ ନିଜର କାର୍ କୁ ବିକ୍ରି କରିବାକୁ ପଡ଼ିଛି । ଏହି ଖବର ଏବେ ସମସ୍ତଙ୍କୁ ତାଜୁବ୍ କରୁଛି ।

ସୂଚନା ଅନୁସାରେ, ୟୁକେରେ ରହୁଥିବା ୭ ବର୍ଷିୟ ପୁଅ ଆଶାଜ୍ କୁ ସ୍ମାର୍ଟଫୋନ୍ ରେ ଗେମ୍ ଖେଳିବାର ନିଶା ଲାଗିଛି ଯାହାର ପରିଣାମ ଏବେ ବାପା ମହମ୍ମଦ ମୁତାଜା ଭୋଗୁଛନ୍ତି । ଆଶାଜ୍ ଫୋନ୍ ରେ ଗେମ୍ ଖେଳିବାକୁ ଯାଇ ଏକ ଆପ୍ ପରଚେଜ୍ କରିଛନ୍ତି ଯେଉଁଥିପାଇଁ ସେ ଏକ ଲକ୍ଷ ଟଙ୍କାରୁ ଅଧିକ ଟ୍ରାନ୍ ଜାକ୍ସନ୍ କରିଦେଇଛନ୍ତି । ଏହାକୁ ଦେଖି ଖୋଦ୍ ବାପା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ୭ ବର୍ଷିୟ ଆଶାଜ୍ ଆଇଫୋନ୍ ଆପ୍ ଷ୍ଟୋରରୁ Dragons: Rise of Berk ନାମକ ଏକ ଗେମ୍ ର ଫ୍ରି ଭର୍ସନ ଖେଳିବାକୁ ଯାଇ ୧.୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି । ତେବେ ତାଙ୍କ ବାପାଙ୍କୁ ଏହି ଖବର ସେତେବେଳେ ଜଣାପଡ଼ିଥିଲା ଯେତେବେଳେ ତାଙ୍କୁ ପାଖକୁ ୧୮୦୦ ଡଲାର୍ ର ବିଲ୍ ଆସିଥିଲା ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଲ୍ ପକ୍ଷରୁ ଏହି ବିଲ୍ ଆସିବା ପରେ ବାପା ମହମ୍ମଦଙ୍କୁ ନିଜ ଟୋୟୋଟା କାର୍ ବିକ୍ରି କରିବାକୁ ମଧ୍ୟ ପଡିଲା । ଏଥିସହିତ ସେ ଆପଲ୍ ଷ୍ଟୋର୍ ରେ ଏନେଇ ଅଭିଯୋଗ ମଧ୍ୟ କରିଥିଲେ । ତେବେ ଅଭିଯୋଗ ପରେ ତାଙ୍କୁ କମ୍ପାନୀ ପକ୍ଷରୁ ୨୮୭ ଡଲାର୍ ରିଫଣ୍ଡ ମିଳିଥିଲା । ଏହାପରେ ବି ବାପା ଅଭିଯୋଗ କରି କହିଛନ୍ତି ଯେ, ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଗେମ୍ କୁ ଫ୍ରୀ ଦେବା ପରେ ବି ସେଥିରେ ଟ୍ରାନଜାକ୍ସନ୍ ଭଳି ଅପସନ୍ କାହିଁକି ରଖାଯାଉଛି? ଏହା ଉପରେ ମତ ରଖି ଆପଲ୍ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଗେମ୍ ରେ ଏଭଳି ଆକସ୍ମିକ ପରଚେଜ୍ କୁ ରୋକିବାର ସୁବିଧା ମଧ୍ୟ ରହିଛି ।

Get real time updates directly on you device, subscribe now.