କଲବଲ କରୁଛି ଜାଡ, ୧୦ ଡିଗ୍ରୀ ତଳେ ୮ ସହର

ରାଉରକେଲା ପାଲଟିଲା ସବୁଠୁ ଥଣ୍ଡା ସହର । ୮ ସହରରେ ୧୦ ଡିଗ୍ରୀ ତଳେ ପାରଦ ରେକର୍ଡ ।

ଭୁବନେଶ୍ବର: ନୂଆବର୍ଷରୁ ଆସିଲା ଶୀତ । ରାଜ୍ୟର ବିଭିନ୍ନ ସ୍ଥାନରେ ଖସିଲା ପାରଦ । ତେବେ ଆଗକୁ ମଧ୍ୟ ଏହି ଶୀତ ଲହରି ଜାରି ରହିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । 8ଟି ସହରରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ତଳେ ରହିଛି ।

ନୂଆବର୍ଷ ରାତିରେ ରାଉଲକେଲା ସବୁଠାରୁ ଥଣ୍ଡା ସହର ରହିଥିଲା । ସର୍ବନିମ୍ନ ତାପମାତ୍ରା 7 ଡିଗ୍ରୀ ରେକର୍ଡ କରାଯାଇଥିଲା । ଝାରସୁଗୁଡ଼ାରେ ୮, କେନ୍ଦୁଝରରେ ୯.୫, ସୁନ୍ଦରଗଡ଼ରେ ୯.୭ ଫୁଲବାଣୀରେ ୯.୫, ଦାରିଙ୍ଗବାଡିରେ ୯.୫, ରାଉରକେଲାରେ ୭ ଡିଗ୍ରୀ ରହିଥିଲା । ସେହିପରି ଟ୍ବିନସିଟିରେ ମଧ୍ୟ ଥଣ୍ଡା ଅନୁଭୂତ ହୋଇଛି । ଗତକାଲି ଭୁବନେଶ୍ୱରର ପାରଦ ଥିଲା ୧୩.୨, କଟକରେ ସବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଛି ।

ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ପାଉଥିବା ବେଳେ ଏହା ସହିତ ତାଳ ଦେଇ କୁହୁଡି ମଧ୍ୟ ବୃଦ୍ଧି ପାଉଛି । ସକାଳୁ ସକାଳୁ ଅଧିକ କୁହୁଡି ଦେଖାଯାଉଛି । 50 ମିଟର ପରେ ଆଉ କିଛି ଦେଖିବା ସମ୍ଭବପର ହେଉ ନାହିଁ । କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କଳାହାଣ୍ଡି ଏବଂ ନୟାଗଡ ଜିଲ୍ଲାକୁ କୁହୁଡି ନେଇ ସତର୍କ କରିଛି ପାଣିପାଗ ବିଭାଗ ।