କୁମ୍ଭମେଳା ଯାତ୍ରୀଙ୍କ ବସ୍ ଦୁର୍ଘଟଣା, ଚାଲିଗଲା ୮ ଶ୍ରଦ୍ଧାଳୁଙ୍କ ଜୀବନ, ୪୦ ଆହତ

ମର୍ମନ୍ତୁଦ ଦୁର୍ଘଟଣା, ୮ ଶ୍ରଦ୍ଧାଳୁ ମୃତ

ପ୍ରୟାଗରାଜ: ଉତ୍ତରପ୍ରଦେଶରେ କୁମ୍ଭମେଳା ଯାତ୍ରୀଙ୍କ ବସ୍ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୮ଜଣ ଶ୍ରଦ୍ଧାଳୂଙ୍କ ମୃତ୍ୟୁ ଘଟିଛି। ଏଥିସହ ୪୦ଜଣ ଆହତ। କୁମ୍ଭ ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କାଦେଲା ବସ୍‌।

ସୂଚନାନୁଯାୟୀ, ଏହି ଦୁର୍ଘଟଣାଟି ଜଉନପୁର ବଦଲାପୁରରେ ଘଟିଛି। ଡବଲ ଡେକର ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ଭୋରରୁ ଏହି ଦୁର୍ଘଟଣାଟି ଘଟିଥିବା ଜଣାପଡିଛି।

ଫେବୃଆରୀ 15 ତାରିଖରେ ଏଭଳି ଏକ ବଡ଼ ଦୁର୍ଘଟଣା ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାରେ ଘଟିଥିଲା। ଏହି ଦୁର୍ଘଟଣାରେ 10 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା ବେଳେ 19 ଜଣ ଆହତ ହୋଇଥିଲେ।

ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। ବୋଲେରୋରେ ସମସ୍ତ ପୁରୁଷଙ୍କ ବୟସ 25 ରୁ 45 ବର୍ଷ ମଧ୍ୟରେ ଥିଲା।

ଶ୍ରଦ୍ଧାଳୁ ବୋଝେଇ ଏକ ବୋଲେରୋ ଏକ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା, ଫଳରେ 10 ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ବୋଲେରୋରେ ଯାତ୍ରା କରୁଥିବା ସମସ୍ତ 10 ଭକ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସମସ୍ତେ ଛତିଶଗଡର କୋରବା ଜିଲ୍ଲାର ବାସିନ୍ଦା ଥିଲେ।