fbpx

ବିଜେପିରୁ ସସପେଣ୍ଡ ହେଲେ ୮ ନେତା, ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ନେଲା ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆସନ୍ତା ମାସ ୫ ତାରିଖରେ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନର ମତଦାନ ଗ୍ରହଣ କରାଯିବ । ଏହାପରେ ୮ ତାରିଖରେ ଫଳାଫଳ ଘୋଷଣା କରାଯିବ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କଂଗ୍ରେସ କଡ଼ା ଟକ୍କ୍ ଦେଇଥିବାରୁ ହରିୟାଣାରେ ଏଥର ମଧ୍ୟ ଏହି ଦୁଇ ଦଳ ମଧ୍ୟରେ କାଣ୍ଟେକା ଟକ୍କର ଦେଖିବାକୁ ମିଳିବ । ତେବେ ଏଥର ରାଜ୍ୟରେ କିଏ ସରକାର ଗଠନ କରିବ ସେନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର ।

ଖବର ମୁତାବକ, ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ୮ ଜଣ ନେତାଙ୍କୁ ବିଜେପି ଦଳରୁ ସସପେଣ୍ଡ କରିଛି । ଦଳ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତି ନେଇ ଅଭିଯୋଗ ଆସିବା ପରେ ଏହି ସମସ୍ତ ନେତାମାନଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଳରୁ ସସପେଣ୍ଡ ହୋଇଥିବା ନେତାଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ରଣଜୀତ ଚୌତାଲା ଓ ପୂର୍ବତନ ବିଧାୟକ ଦେବେନ୍ଦ୍ର କାଦୟାନଙ୍କ ନାମ ସାମିଲ ରହିଛି । ଦଳରୁ ସସପେଣ୍ଡ ହୋଇଥିବା ଅନ୍ୟ ନେତାଙ୍କ ମଧ୍ୟରେ ସନ୍ଦୀପ ଗର୍ଗ, ଜିଲେରାମ ଶର୍ମା, ଦେବେନ୍ଦ୍ର କାଦୟାନ, ବଚ୍ଚନ ସିଂହ ଆର୍ଯ, ରଣଜୀତ ଚୌତାଲା, ରାଧା ଅହଲାବତ, ନବୀନ ଗୋୟଲ, କେହରାସିଂହ ରାବତଙ୍କ ନାମ ସାମିଲ ରହିଛି ।

Get real time updates directly on you device, subscribe now.