fbpx
BSKY SKY
BSKY SKY

ମହଙ୍ଗା ପଡ଼ିଲା ସେନାମୁଖ୍ୟଙ୍କ ବିରୋଧରେ କ୍ୟାମ୍ପେନ: ଗିରଫ ହେଲେ ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ଟିମ୍

BSKY

ନୂଆଦିଲ୍ଲୀ: ଗାଦି ହାତରୁ ଗଲା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ଉପରେ ପୁଣି ଆଉ ଏକ ଝଡ । ଗିରଫ ହେଲେ ପାକିସ୍ତାନର ବିଦାୟୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୋସିଆଲ ମିଡିଆ ଟିମ । ସୂଚନା ଅନୁସାରେ ପାକିସ୍ତାନର ସେନା ମୁଖ୍ୟଙ୍କ ବିରୋଧରେ ଆଲୋଚନା କରି ଗିରଫ ହୋଇଛନ୍ତି ଏହି ଟିମ । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅନାସ୍ଥା ଭୋଟରେ ହାରିବା ପରେ ପ୍ରଧାନମନ୍ତ୍ରୀ କ୍ଷମତା ପଦରୁ ତାଙ୍କ ଦଳକୁ ହଟା ଯାଇଥିଲା ।

ଆହୁରି ପୁଣି କିଛି ଦିନରୁ ଇମ୍ରାନଙ୍କର ପାର୍ଟି ଏବଂ ତାଙ୍କର ସୋସିଆଲ ମିଡିଆ ଟିମ ପାକିସ୍ତାନୀ ସେନାର ବିରୋଧରେ ଟ୍ୱିଟରରେ କ୍ୟାମ୍ପେନିଂ ଚଳାଇ ଆସୁଥିଲେ । ଇମ୍ରାନଙ୍କ ଦଳ ପିଟିଆଇର ୮ ଜଣ ସଦସ୍ୟଙ୍କୁ ଆଜି ଆରେଷ୍ଟ କରାଯାଇଛି । ତେବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପିଟିଆଇର ସୋସିଆଲ ମିଡିଆ ଟିମ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାୱେଦଙ୍କୁ ବଦନାମ କରିବା ପାଇଁ ଅନେକ କ୍ୟାମ୍ପେନ ଚଲାଇଥିଲେ ।

ପାକିସ୍ତାନର ଏଫଆଇଏ ମଙ୍ଗଳବାର ଦିନ ସେନାମୁଖ୍ୟଙ୍କ ସହ ସୁପ୍ରିମ କୋର୍ଟର ଜଜଙ୍କୁ କ୍ରାମାଗତ ଭାବେ ଆକ୍ଷେପ କରି ଟ୍ୱିଟରରେ ତାଙ୍କର ଏହି କ୍ୟାମ୍ପେନ ଚଲାଇଥିଲେ । ତେବେଏହୁି ଅଭିଯାନରେ ସଂପୃକ୍ତ ଥିବା ୮ ଜଣଙ୍କୁ ଗିରଫ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବିଦେଶୀ ଶକ୍ତିଙ୍କ ସମ୍ପୃକ୍ତି ଅଭିଯୋଗ କରି ଇମ୍ରାନ ଦେଶର ସର୍ବୋଚ୍ଚ କୋର୍ଟଙ୍କୁ ମଧ୍ୟ ସମାଲୋଚନା କରିଥିଲେ ।

Get real time updates directly on you device, subscribe now.