fbpx

କରୋନା ମାମଲାରେ ଚିନ୍ତା ବଢ଼ାଉଛି ୮ଟି ରାଜ୍ୟ, ଜାଣନ୍ତୁ କେଉଁଟି?

ନୂଆଦିଲ୍ଲୀ,୨୭/୬: ଦେଶର ୮ଟି ରାଜ୍ୟରେ କୋରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ପରିସ୍ଥିତିରେ ରହିଛି। ୮ଟି ରାଜ୍ୟରୁ ୮୫.୫% ଆକ୍ରାନ୍ତ ଓ ୮୭% ମୃତ୍ୟୁ ରିପୋର୍ଟ ଆସିଛି। ସେହି ୮ଟି ରାଜ୍ୟରେ ସାମିଲ ରହିଛି- ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ତେଲଙ୍ଗନା, ଗୁଜରାଟ, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ।

ସେହିଭଳି ୧୫ ରାଜ୍ୟରେ କୋରୋନା ଆରୋଗ୍ୟ ହାର ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ୮୯.୧%, ରାଜସ୍ଥାନରେ ୭୮.୮%, ତ୍ରିପୁରାରେ ୭୮.୬%, ଚଣ୍ଡୀଗଡ଼ରେ ୭୭.୮%, ବିହାରରେ ୭୫.୬%, MPରେ ୭୬.୪%, ଗୁଜରାଟରେ ୭୨.୮%, ଝାଡ଼ଖଣ୍ଡରେ ୭୦.୯% ସୁସ୍ଥ ହୋଇଛନ୍ତି ।

ସେହିପାରି ଛତିଶଗଡ଼ରେ ୭୦.୫%, ଓଡ଼ିଶାରେ ୬୯.୫%, ଉତ୍ତରାଖଣ୍ଡରେ ୬୫.୯%, ପଞ୍ଜାବରେ ୬୫.୭%, UP ଓ ପଶ୍ଚିମବଙ୍ଗରେ ସୁସ୍ଥ ହାର ୬୫%, ଆଣ୍ଡାମାନ ଓ ନିକୋବର ଦ୍ବିପପୁଞ୍ଜରେ ସୁସ୍ଥ ହାର ୭୨.୯% ରହିଛି ।

Get real time updates directly on you device, subscribe now.