fbpx

ଡାକ୍ତର ମାଢିରୁ ଓପାଡିଲେ ୮୨ ଦାନ୍ତ; ଯୁବକଙ୍କ ବୟସ ମାତ୍ର ୧୭

ପାଟନା: ବିହାରର ପାଟନାରେ ଜଣେ ୧୭ ବର୍ଷୀୟ ଯୁବକଙ୍କ ଦାନ୍ତ ମାଢିରୁ ୮୨ଟି ଦାନ୍ତ ବାହାରିଛି । ଦାନ୍ତ ଯନ୍ତ୍ରଣା କାରଣରୁ ଯୁବକ ଜଣକ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ତେବେ ପରୀକ୍ଷଣରୁ ଦାନ୍ତର ତଳମାଢିରେ ୮୨ଟି ଦାନ୍ତ ରହିଥିବା ଜଣାପଡିଥିଲା । ଆଇଜିଆଇଏମଏସର ଡାକ୍ତର ପ୍ରିୟଙ୍କର ସିଂ ଏହାକୁ ଏକ ଟ୍ୟୁମର ବୋଲି କହିଛନ୍ତି । କମ୍ପେଲ୍କ୍ ଓଡୋଣ୍ଟୋମା ନାମକ ଏହି ରୋଗ କାରଣରୁ ଏପରି ହୋଇଥାଏ । ତେବେ ଅପରେସନ୍ ପରେ ଯୁବକ ଜଣକ ସୁସ୍ଥ ଅଛନ୍ତି ବୋଲି ଡାକ୍ତର କହିଛନ୍ତି ।

ଭୋଜପୁର ଅଞ୍ଚଳର ନୀତିଶ କୁମାରଙ୍କ ବାକି ଦାନ୍ତ ଠିକ୍ ରହିଥିବା ବେଳେ ଅତିରିକ୍ତ ଭାବରେ ଏହି ଦାନ୍ତ ଗୁଡିକ ରହିଥିଲା । ଏକାସାଥୀରେ ଏତେ ପରିମାଣରେ ଦାନ୍ତ ମିଳିଥିବା ବେଳେ ଏହାକୁ ବିରଳ ଟ୍ୟୁମର ବୋଲି ଡାକ୍ତର କହିଛନ୍ତି । ପ୍ରିୟଙ୍କରଙ୍କ ସହିତ ଡ. ଜାଭେଦ ଇକବାଲ ଏହି ଅପରେସନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ୨୦୧୪ରେ ଜଣେ ଯୁବକଙ୍କ ପାଟିରୁ ୨୩୨ଟି ଦାନ୍ତ ବାହାରିଥିଲା ।

Get real time updates directly on you device, subscribe now.