fbpx

ଆମେରିକାରେ ବାତ୍ୟାର ଭୟଙ୍କର ପରିଣାମ, ବର୍ତ୍ତମାନ ସୁଦ୍ଧା ୮୪ ଜଣଙ୍କର ମୃତ୍ୟୁ

ୱାଶିଂଟନ୍: ଆମେରିକାର କେଣ୍ଟୁକିର ମେଫିଲ୍ଡ ସମେତ ଅନେକ ଅଞ୍ଚଳରେ ତାଣ୍ଡବ ରଚିଛି ବାତ୍ୟା । ଏହି ଭୟଙ୍କର ବାତ୍ୟା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୮୪ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ମୃତ୍ୟୁସଂଖ୍ୟା ୧୦୦ ଅତିକ୍ରମ କରିପାରେ ବୋଲି କୁହାଯାଉଛି । ଆମେରିକାର ପ୍ରାୟ ୬ଟି ରାଜ୍ୟ ଏହି ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ।

କେଣ୍ଟୁକିର ରାଜ୍ୟପାଳ ଏଣ୍ଡି ବେଶେୟର ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଉଦ୍ଧାରକାରୀ ଦଳ ଅଞ୍ଚଳରେ ଉପସ୍ଥିତ ଅଛନ୍ତି ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମେଫିଲ୍ଡ ଅଞ୍ଚଳରେ ଥିବା ମହମବତୀ କାରଖାନା ବାତ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

କୁହାଯାଉଛି ଯେ କି ଯେଉଁ ସମୟରେ ବାତ୍ୟା ହୋଇଥିଲା, ସେହିସମୟରେ କାରଖାନାରେ ୧୦୦ରୁ ଅଧିକ ଲୋକ କାମ କରୁଥିଲେ । ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାତି ଡ୍ୟୁଟି କରୁଥିବା ୧୦୦ ରୁ ଅଧିକ ଲୋକେ କାରଖାନା ଭିତରେ ଫସିରହିଥିବା ସନ୍ଦେହ କରାଯାଉଛି । ଏହା ତାଙ୍କ ରାଜ୍ୟ ଇତିହାସରେ ସବୁଠାରୁ ଭୟଙ୍କର ବାତ୍ୟା ବୋଲି ରାଜ୍ୟପାଳ ଏଣ୍ଡି ବେଶେୟର କହିଛନ୍ତି ।

 

Get real time updates directly on you device, subscribe now.