fbpx

୮ମ ପାସ୍ ପିଲାଙ୍କୁ ମିଳିବ ସରକାରୀ ଚାକିରି: Central Bank of Indiaରେ ବଡ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ବର୍ତ୍ତମାନ ବ୍ୟାଙ୍କରେ ନିଯୁକ୍ତି ପାଇବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି ହୋଇଛି । ଏଥିପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ବିଭିନ୍ନ ବିଭାଗରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ବାହାର କରିଛି । ତେବେ ଆପଣ ମଧ୍ୟ ଯଦି ବ୍ୟାଙ୍କରେ ଚାକିରି କରିବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟତା ହାସଲ କରିଛନ୍ତି, ତେବେ ଏହାର ଅଫିସିଆଲ ୱେବସାଇଟ centralbankofindia.co.inକୁ ଯାଇ ଆବେଦନ କରିପାରିବେ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର ଅଫିସିଆଲ ୱେବସାଇଟରେ ୪୮୪ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି । ଆବେଦନ ପ୍ରକ୍ରିୟା ଜୁନ ୨୧ ତାରିଖରୁ ଆରମ୍ଭ ହୋଇ ୨୭ ଜୁନ ପର୍ଯ୍ୟନ୍ତ ଚାଲୁ ରହିବ । ଏଥିପାଇଁ ଆପଣଙ୍କୁ ଏହି ତାରିଖ ପୂର୍ବରୁ ଆବେଦନ କରିବାକୁ ପଡ଼ିବ ।

ପରୀକ୍ଷା ପ୍ରାଧିକରଣ ଦ୍ୱାରା ମାନଦଣ୍ଡ ଓ ବୟସ ସୀମା ମଧ୍ୟ ଜାରି କରାଯାଇଛି । ଅଧିକ ତଥ୍ୟ ଜାଣିବା ଆପଣ ଅଫିସିଆଲ ନୋଟିଫିକେସନ ଦେଖିପାରିବେ । ତେବେ ଖାଲି ଥିବା ପଦବୀ ପାଇଁ ଜଣେ ପ୍ରାର୍ଥୀ ଅତି କମରେ ୮ମ ଯାଏଁ ପଢିଥିବା ଆବଶ୍ୟକ । ୩୧ ମାର୍ଚ୍ଚ ୨୦୨୩ ଯାଏଁ ବୟସ ୧୮ରୁ ୨୬ ବର୍ଷ ମଧ୍ୟରେ ହେବା ଦରକାର । ତେବେ ଏହାର ଚୟନ ଅନଲାଇନ ପରୀକ୍ଷା ଓ ଏକ ସ୍ଥାନୀୟ ଭାଷା ପରୀକ୍ଷଣ ମାଧ୍ୟମରେ ଯୋଗ୍ୟତା ଆଧାରରେ କରାଯିବ । ଯାହା ଏ ସମ୍ବନ୍ଧରେ ଭାରତ ସରକାରଙ୍କ ଦ୍ୱାରା ଜାରି ଆରକ୍ଷଣ ନୀତି ଓ ନିର୍ଦେଶ ଅଧୀନ ହେବ । ଇଚ୍ଛୁକ ପ୍ରାର୍ଥୀ ବ୍ୟାଙ୍କର ଅଫିସିଆଲ ୱେବସାଇଟ centralbankofindia.co.inକୁ ଯାଇ ଆବେଦନ କରିପାରିବେ ।

କହିରଖିବୁ କି ଆଶାୟୀ ପ୍ରାର୍ଥୀ ଆବେଦନ କରିବା ପାଇଁ ଲିଙ୍କ ଆକ୍ଟିଭ ହୋଇସାରିଛି । ଆପ୍ଲାଇ କରିବା ପୂର୍ବରୁ ସମସ୍ତ ତଥ୍ୟ ଭଲଭାବେ ପଢିବାକୁ କୁହାଯାଇଛି . ଆବେଦନ ଫିସ କଥା ଯଦି କହିବା, ତେବେ ଜେନେରାଲ, ଓବିସି, ଇଡବ୍ଲୁଏସ କାଟାଗୋରୀର ପିଲାଙ୍କୁ ୮୫୦ ଟଙ୍କା ଫିସ ଦବୋକୁ ହେବ । ସେହିପରି ଏସସି, ଏସଟି ପିଡବ୍ଲୁଏସ ପିଲାଙ୍କୁ ମାତ୍ର ୧୭୫ ଟଙ୍କା ଆବେଦନ ଫିସ ଦେବାକୁ ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

Get real time updates directly on you device, subscribe now.