ବନ୍ଧୁକ ମୁନରେ ଲୁଟିନେଲେ ୯ ଲକ୍ଷ

ବାଲେଶ୍ୱର,୨୮ ।୧୨(ଓଡିଶା ଭାସ୍କର): ରାଜ୍ୟର ଦୁଇଟି ସ୍ଥାନରେ ବନ୍ଧୁକ ମୁନରେ ଲୁଟ୍ ହୋଇଛି ୯.୨ ଲକ୍ଷ ଟଙ୍କା । ଗୋଟିଏ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଥିବା ବେଳେ ଅନ୍ୟଟି ବାଲେଶ୍ୱରରେ ଘଟିଛି ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଭେଜିପୁଟ ମୁକ୍ତେଶ୍ୱର ମନ୍ଦିର ପାଖରୁ ୬ ଲକ୍ଷ ଟଙ୍କା ଲୁଟ୍ ହୋଇଛି । କାରରେ ଟଙ୍କା ଡିପୋଜିଟ କରିବାକୁ ଗଲା ବେଳେ ବାଇକରେ ୩ ଜଣ ଆସି ବନ୍ଧୁକ ଦେଖାଇ ଟଙ୍କା ଲୁଟିନେଇଥିଲେ । ଏନେଇ ଅଭିଯୋଗ ପରେ ଖଲ୍ଲିକୋଟ ପୋଲିସ ଘଟଣାର ଯାଞ୍ଚ କରୁଛି ।

ଅନ୍ୟପଟେ ଦିନ ୧୦ଟା ସମୟରେ ବାଲେଶ୍ୱର ଥାନା ଖାନନଗରରୁ ୩.୨ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ବାଇକରେ ଟଙ୍କା ଡିପୋଜିଟ୍ କରିବାକୁ ଗଲା ବେଳେ ଗୁଳି କରି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ତେବେ ବାଇକ୍ ଆରୋହୀ ଆଶୋକଙ୍କ ଗୋଡରେ ଗୁଳି ବାଜିବାରୁ ସେ ତଳେ ପଡିଯାଇଥିଲେ । ପରେ ୩ ଲକ୍ଷ ୨୦ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ ୩ ଲୁଟେରା ।

Get real time updates directly on you device, subscribe now.