ଏଠି ଗ୍ରାହକ ନିଜେ ବନାନ୍ତି  ଚା’ ଆଉ ନିଜେ କିଣନ୍ତି ଜିନିଷ… ବିନା ମାଲିକରେ ୯୦ ବର୍ଷ ହେଲାଣି ଚାଲିଛି ଚା’ ଦୋକାନ!

କୋଲକାତା: ପଶ୍ଚିମବଙ୍ଗ ହୁଗଲିର ସେରାମପୁରରେ  ଏକ ବିଚିତ୍ର ଚା’  ଦୋକାନ ରହିଛି । ଯେଉଁଠାରେ କେହି ମାଲିକ ନାହାନ୍ତି । ଆଜ୍ଞା ହଁ ଆପଣ ଯାହା ପଢ଼ିଲେ ତାହା ନିରାଟ ସତ୍ୟ ।  ବଙ୍ଗାଳିମାନଙ୍କର ଚା’ ପ୍ରତି ଥିବା  ପ୍ରୀତି କାହାକୁ ଅଛପା ନାହିଁ । ସକାଳେ ଓ ସନ୍ଧ୍ୟାରେ ହାତରେ ଚା’ ଧରି ଗପସପ କରିବା ସେମାନଙ୍କ ଅଭ୍ୟାସ  । ଛାତ୍ର କାଲୀବାବୁ ଶ୍ମଶାନ ଆଗରେ ଥିବା ଏ ଚା’ ଦୋକାନ ପାଖାପାଖି ୩୦୦ରୁ ୩୫୦ ବର୍ଷ ପୁରୁଣା । ପୂର୍ବରୁ ଏଠାରେ ବଜାର ଦୋକାନ ଥିଲା । ଏ ଦୋକାନର ବିଶେଷତ୍ୱ ହେଉଛି, ଏଠାର କୌଣସି ମାଲିକ କିମ୍ବା  ୱେଟର ନାହାନ୍ତି ।  ଯେଉଁବ୍ୟକ୍ତିଙ୍କର ଚା’ ପିଇବାକୁ ଇଚ୍ଛା ସେମାନେ ନିଜେ ଏଠାରେ  ଚା’ ତିଆରି କରି ପିଇପାରିବେ ।  ଚା’ ଦୋକାନ କରିଥିବା ବ୍ୟକ୍ତିଙ୍କ ବିୟୋଗ ପରେ  ସାଧାରଣ ଲୋକ ହିଁ ଦୋକାନର ଦାୟିତ୍ୱ ନିଜ ହାତକୁ ନେଇଛନ୍ତି ।

ଏଠାକୁ ଲୋକ କେବଳ ଚା’ ପିଇବାକୁ ନୁହେଁ ବରଂ କଥାବାର୍ତ୍ତା ଓ କିଛି ସମୟ ଅତିବାହିତ କରିବାକୁ ଆସନ୍ତି  । ଚାକିରିରୁ  ଅବସର ନେଇଥିବା ଲୋକେ ହିଁ  ଏହି ସ୍ଥାନକୁ ଆସି ସମୟ କାଟିବାକୁ ପସନ୍ଦ କରନ୍ତି । ସେମାନେ ନିଜେ ଚା’ ତିଆରି କରି ପିଅନ୍ତି ଆଉ ଖଟି କରି ଯାଆନ୍ତି । ଚା’ ତିଆରି  ଜିନିଷ ସରିଗଲେ ସେମାନେ ନିଜେ ଟଙ୍କା ଆଦାୟ କରି ଜିନିଷ ବଜାରରୁ କିଣି ଆଣନ୍ତି । କେବଳ ବୃଦ୍ଧ କି ମଧ୍ୟବୀତ୍ତ ବୟସର ଲୋକ  ଏଠାରେ  ଚା’ ପିଇବାକୁ ଆସନ୍ତା ତା’ ନୁହେଁ ଯୁବପିଢ଼ିଙ୍କୁ ମଧ୍ୟ ଏ  ସ୍ଥାନ ଆକୃଷ୍ଟ କରୁଛି ।