fbpx

NLC India Limited ପକ୍ଷରୁ ବାହାରିଲା ୯୦୧ଟି ପଦବୀ, ନଭେମ୍ବର ୨ରୁ ଅନଲାଇନ୍ ଆବେଦନ ଆରମ୍ଭ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ନେଭେଲି ଲିଗ୍ନାଇଟ କର୍ପୋରେସନ (ଏନଏଲସି) ଇଣ୍ଡିଆ ଲମିଟେଡ୍ ପକ୍ଷରୁ ବାହାରିଛି ୯୦୧ଟି ପଦବୀ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ । ଟ୍ରେଡ ଆପ୍ରେଣ୍ଟାଇସ ଓ ନନ-ଇଞ୍ଜିନିୟରିଂ ଆପ୍ରେଣ୍ଟାଇସ ପଦବୀରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

ନଭେମ୍ବର ୨ ତାରିଖଠାରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୧୧ ତାରିଖରେ ସମାପ୍ତ ହେବ । ୧୪ ବର୍ଷରୁ ଅଧିକ ବୟସର ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ଟ୍ରେଡ ଆପ୍ରେଣ୍ଟାଇସ ପାଇଁ ୭୨୮ଟି, ନନ ଇଞ୍ଜିନିୟରିଂ ଆପ୍ରେଣ୍ଟାଇସ ପାଇଁ ୧୭୩ଟି ପଦବୀ ଖାଲି ରହିଛି ।

ଟ୍ରେଡ ଆପ୍ରେଣ୍ଟାଇସ ପଦବୀ ପାଇଁ ପାଇଁ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଆଇଟିଆଇ / ଏନସିଭିଟି / ଡିଜିଇଟି / ପିଏଏସଏଏ / ଏନଟିସି / ପିଏନଟିସି ରହିଥିବା ଦରକାର । ସେହିପରି ନନ ଇଞ୍ଜିନିୟରିଂ ଆପ୍ରେଣ୍ଟାଇସ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ବି.କମ / ବି.ଏସସି / ବିବିଏ / ବିସିଏ ରହିଥିବା ଆବଶ୍ୟକ ।

ଅନଲାଇନ ଆବେଦନ ଲିଙ୍କ: Available on 02.11.2022

ନୋଟିଫିକେସନ ଲିଙ୍କ: https://www.nlcindia.in/new_website/careers/APP-OCT-2022.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.nlcindia.in/new_website/index.htm

Get real time updates directly on you device, subscribe now.