ନୂଆଦିଲ୍ଲୀ: ସରକାରୀ ଟେଲିକମ୍ ଏଜେନ୍ସି BSNL ଏହାର ଗ୍ରାହକଙ୍କ ପାଇଁ ସୁଲଭ ଏବଂ ଶସ୍ତା ପ୍ଲାନ୍ ଅଫର କରିଥାଏ । BSNL ପାଖରେ କମ୍ ଗ୍ରାହକ ଥିଲେ ମଧ୍ୟ ଏହା ଜିଓ, ଏୟାରଟେଲ ଏବଂ Vi ଭଳି କମ୍ପାନୀର ପ୍ଲାନକୁ କଡ଼ା ଟକ୍କର ଦେଇଥାଏ । BSNL ପାଖରେ ଗ୍ରାହକଙ୍କ ପାଇଁ ଅନେକ ଦମଦାର ରିଚାର୍ଜ ପ୍ଲାନ୍ ସହ ସୁଲଭ ଭାଲିଡିଟି ପ୍ଲାନ୍ ମଧ୍ୟ ଉପଲବ୍ଧ । BSNL ରେ ଏପରି ଏକ ପ୍ଲାନ୍ ରହିଛି ଯାହା ସମସ୍ତଙ୍କୁ ଚକିତ କରିବ । ଏହି ପ୍ଲାନ୍ ଅନ୍ତର୍ଗତ ଗ୍ରାହକଙ୍କୁ ୧୦୦ ଟଙ୍କାରୁ କମରେ ୯୦ ଦିନର ଭାଲିଡିଟି ମିଳିଥାଏ ।
ବର୍ତ୍ତମାନ BSNL ପାଖରେ ପ୍ରାୟ ୮ କୋଟି ୟୁଜର୍ସ ଅଛନ୍ତି । କମ୍ପାନୀ ନିଜ ତାଲିକାରେ ଏପରି ଅନେକ ପ୍ଲାନ୍ ଯୋଡ଼ିଛି ଯାହାର ମୂଲ୍ୟ ଆଶା ଠାରୁ ବି କମ୍ ଅଟେ । BSNL ହେଉଛି ପ୍ରଥମ କମ୍ପାନୀ ଯାହା ୟୁଜରର୍ସଙ୍କ ପାଇଁ ୯୧ ଟଙ୍କାରେ ୩ ମାସ ପର୍ଯ୍ୟନ୍ତ ଭାଲିଡିଟି ଅଫର କରୁଛି । କହିରଖୁଛୁ ଏହି ପ୍ଲାନ୍ ସମସ୍ତ BSNL ଗ୍ରାହକଙ୍କ ପାଇଁ ନୁହେଁ । ଏହି ପ୍ଲାନ୍ କେବଳ ସେହି ଗ୍ରାହକଙ୍କ ପାଇଁ ଯେଉଁମାନେ BSNL ସିମକୁ ସେକେଣ୍ଡାରି ସିମ୍ ଭାବରେ ବ୍ୟବହାର କରିଥାନ୍ତି । ଏହି ପ୍ଲାନରେ କଲିଂ ସୁବିଧା ନାହଁ । କେବଳ ଇନକମିଂ ସୁବିଧା ଉପଲବ୍ଧ । ଏହି ସିମକୁ ଆକ୍ଟିଭ୍ ରଖିବା ପାଇଁ ଗ୍ରାହକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିନଥାଏ ।