fbpx

ଦେଶରେ ଖୋଲିବ ୯୧ଟି FM ରେଡିଓ ପ୍ରସାରଣ କେନ୍ଦ୍ର: ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ରେଡିଓ ସେବା ବୃଦ୍ଧି ପାଇଁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି । ଏହି କ୍ରମରେ ଆଜି ଦେଶରେ ୧୦୦ ୱାଟ କ୍ଷମତା ବିଶିଷ୍ଟ ୯୧ଟି ଏଫଏମ ଟ୍ରାନ୍ସମିଟରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ୧୮ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୮୪ଟି ଜିଲ୍ଲାରେ ଏହି ଆକଶବାଣୀ ଏଫଏମ ରେଡିଓକୁ ସ୍ଥାପନ କରାଯାଇଛି ।

ତେବେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ହରିୟାଣା, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କେରଳ, ଛତିଶଗଡ଼ ଓ ଲଦାଖରେ ଆକାଶବାଣୀର ଏଫଏମ ସେବା ଉପଲବ୍ଧ ହେବ । ଦେଶର ପାଖାପାଖି ୩୫ ହଜାର ବର୍ଗକିମି ଅଞ୍ଚଳରେ ଏହି ସେବା ମିଳିବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଦୀ ଏହି ସେବାର ଉଦଘାଟନ କରିବେ ।

ତେବେ ଓଡ଼ିଶାର ୭ଟି ସ୍ଥାନରେ ଏଫଏମ ରେଡିଓ ସେବା ଖୋଲିବ । ପୁରୀ ଜିଲ୍ଲାର ଗୋପ, ନବରଙ୍ଗପୁର, ଗଜପତି ଜିଲ୍ଲାର ମୋହନା, କନ୍ଧମାଳ, ବରଗଡ଼, ମାଲକାନଗିରି, କୋରାପୁଟ ଆଦି ସ୍ଥାନରେ ଏଫଏମ ଟ୍ରାନ୍ସମିଟର ଲୋକାର୍ପିତ ହେବ । ୧୫ରୁ ୨୦ କିମି କିମି ପରିସର ମଧ୍ୟରେ ଏହାକୁ ଲୋକମାନେ ଶୁଣିପାରିବେ । ଆକାଶବାଣୀ ଏଫଏମ ସେବା ଅତିରିକ୍ତ ୨ କୋଟି ଲୋକଙ୍କ ନିକଟରେ ପହଞ୍ଚିବ । ସୂଚନାଯୋଗ୍ୟ ଯେ, ଆକାଶବାଣୀରେ ପ୍ରଧାନମନ୍ତ୍ରୀ ‘ମନ କି ବାତ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଆସନ୍ତା ରବିବାର ଦିନ ଏହା ୧୦୦ ଏପିସୋଡ ପୂରଣ କରିବାକୁ ଯାଉଛି ।

Get real time updates directly on you device, subscribe now.