fbpx

ବ୍ରହ୍ମଗିରି ମର୍ଡର କେସ୍: ଚିତ୍ତରଞ୍ଜନଙ୍କ ପରିବାର ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା

ବ୍ରହ୍ମଗିରି: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣା । ଘଟଣାର ତଦନ୍ତ ପାଇଁ ଚିତ୍ତଙ୍କ ଘର ବ୍ରହ୍ମଗିରି ସାନ ବନ୍ଧକେରାରେ ପହଞ୍ଚିଲା କ୍ରାଇବ୍ରାଞ୍ଚ ଟିମ୍ । ପରିବାର ସଦସ୍ୟଙ୍କୁ ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମର ପଚରାଉଚରା । ଏହା ସହ ଭୋଜିରେ ସାମିଲ ଆଉ ୩ ଜଣଙ୍କୁ ମଧ୍ୟ ଜେରା କରାଯିବା ନେଇ ସୂଚନା । ଘଟଣା ପୂର୍ବ ରାତିରେ ଚିତ୍ତଙ୍କ ସହ ଭୋଜି କରିଥିଲେ ସର୍ବେଶ୍ୱର, ଦିଲ୍ଲୀପ । ଭୋଜିରେ ସାମିଲ ସମସ୍ତଙ୍କର ସିଡିଆର ଯାଞ୍ଚ ହେବ । ଚକ୍ରପଡ଼ାର ଜଣେ ମହିଳାଙ୍କୁ ପଚରାଉଚରା ସମ୍ଭାବନା । ସଞ୍ଜୟଙ୍କ ପିଏସଓ ସର୍ବେଶ୍ୱର ଜେନାଙ୍କୁ କ୍ରାଇମବ୍ରାଞ୍ଚର ଜେରା । ଚିତ୍ତଙ୍କ ପୁତୁରା ଦିଲ୍ଲୀପ ପଲେଇଙ୍କ ମଧ୍ୟ ପଚରାଉଚରା କରିବା ନେଇ ସୂଚନା ରହିଛି ।

ସୂଚନାଯୋଗ୍ୟ, ଗତ ୧୧ ତାରିଖ ରାତିରୁ ଆଉ ଘରକୁ ଫେରିନଥିଲେ ଚିତ୍ତରଞ୍ଜନ । ସେଦିନ ରାତିରେ ସେ କିଛି ଲୋକଙ୍କ ସହିତ ଭୋଜି କରୁଥିବା ଜଣାପଡ଼ିଥିଲା । ସେମାନଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି । ଚିତ୍ତଙ୍କୁ ବ୍ରହ୍ମଗିରିରୁ ଅପହରଣ କରି ପୁରୀରେ ହତ୍ୟା କରାଯାଇଥିବା ସନ୍ଦେହ ହେଉଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କୁହାଯାଉଥିଲା । ଭୋଜିରେ ସାମିଲ ଥିବା ଯୁବକମାନଙ୍କୁ ଜେରା କଲେ ପ୍ରକୃତ ରହସ୍ୟ ଫିଟିବ ବୋଲି ଚିତ୍ତଙ୍କ ପତ୍ନୀ କହିଥିଲେ । ଗଡ଼ମୃଗଶିରା-ଜମାରସୁଆଁ ନଦୀବନ୍ଧରେ ଚିତ୍ତଙ୍କ ବାଇକ, ମୋବାଇଲ, ସୁନାଚେନ୍, ଚପଲ ଆଦି ବିଛାଡ଼ି ହୋଇ ପଡ଼ିଥିଲା । ହତ୍ୟା ପୂର୍ବରୁ ଚିତ୍ତଙ୍କ ସହ ଅଭିଯୁକ୍ତମାନେ ଧସ୍ତାଧସ୍ତି ହେବା ସହ ଘଟଣାସ୍ଥଳରେ ରକ୍ତର ଛିଟା ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା । ଅପହରଣ ପରେ ହତ୍ୟା କରି ଚିତ୍ତଙ୍କୁ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଥିଲା । ଏନେଇ ପୁରୀ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ଏକ ଏସଆଇଟି ଗଠନ କରାଯାଇଥିଲା । ଉକ୍ତ ଟିମରେ ଏସଡିପିଓ, ସଦର ଥାନା ଇନ୍ସପେକ୍ଟର, ଫରେନସିକ୍ ଟିମ୍ ଓ ସନ୍ଧାନୀ କୁକୁରଙ୍କୁ ସାମିଲ କରାଯାଇଥିଲା ।

Get real time updates directly on you device, subscribe now.