fbpx

ଦୁନିଆର ପ୍ରଥମ SMSରେ କ’ଣ ରହିଛି ଖାସ୍? ୨ କୋଟିରେ ହେବ ବିକ୍ରି

ମୋବାଇଲରେ ମେସେଜ୍ କାହାକୁ ମେସେଜ୍ କରିବା ଆଜି ହୁଏତ ଆଜି ସହଜ ହୋଇଯାଇଛି । ଚୁଟକିରେ ଆପଣ କାହାରିକୁ ବି ମେସେଜ କରିପାରିବେ । ତେବେ କ’ଣ ଆପଣ ଜାଣନ୍ତି ଏହି ଏସଏମଏସ ପ୍ରଥମେ କେବେ, କିଏ ଏବଂ କାହାକୁ ପଠାଇଥିଲେ? ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିଶ୍ୱର ପ୍ରଥମ ମେସେଜର ଦାମ୍ ପ୍ରାୟ ୧ କୋଟି ୭୧ ଲକ୍ଷ । ପଢ଼ନ୍ତୁ ସଂପୂର୍ଣ୍ଣ ଖବର…

ବିଶ୍ୱର ପ୍ରଥମ ମେସେଜ୍ ୧୯୯୨ ମସିହାରେ ପଠାଯାଇଥିଲା । ଏହି ମେସେଜ୍ ଭୋଡାଫୋନ୍ ର ଏକ କର୍ମଚାରୀ ଅନ୍ୟ ଜଣଙ୍କୁ ପଠାଇଥିଲେ । ଏହି ମେସେଜରେ କ୍ରୀଷ୍ଟମାସର ଶୁଭକାମନା ଲେଖାଥିଲା । ଆଉ ଏବେ ଏହି ଅନନ୍ୟ ଏବଂ ପ୍ରଥମ ମେସେଜ୍ ନିଲାମ ହେବାକୁ ଯାଉଛି । ନିଲାମ ପରେ ଭାରତୀୟ ମୁଦ୍ରାରେ ପ୍ରାୟ ୧ କୋଟି ୭୧ ଲକ୍ଷ ହୋଇପାରେ ।

ଏକ ରିପୋର୍ଟ ଅନୁଯାୟୀ, ଦୁନିଆର ପ୍ରଥମ ମେସେଜ୍ ବ୍ରିଟିଶ ପ୍ରୋଗ୍ରାମର ନୀଲ ପାପବୋର୍ଥ ୨୯ ବର୍ଷ ପୂର୍ବେ ୧୯୯୨ ମସିହା ଡିସେମ୍ବର ୩ ରେ ପଠାଇଥିଲେ । ଏବେ ମୋବଇଲ କମ୍ପାନୀ ଭୋଡାଫୋନ୍ ଏହି ଏସଏମଏସକୁ ନିଲାମ କରିବାକୁ ଚାହୁଛି । ଏହି ଏସଏମଏସର ଡିଜିଟାଲ ନିଲାମୀ ପ୍ୟାରିସ୍ ର ଏଗଟସ୍ ଅକ୍ସନ ହାଉସରେ ୨୧ ଡିସେମ୍ବରରେ ହେବ । ନୀଲ ପାପବୋର୍ଥ ଜଣେ ଟେଷ୍ଟ ଇଞ୍ଜିନିୟର ଭାବରେ କାମ କରୁଥିଲେ । ସେତେବେଳେ ସେ କମ୍ପ୍ୟୁଟରରୁ ତାଙ୍କ ଅନ୍ୟ ଜଣେ ସାଥୀ ରିଚାର୍ଡ ଜାରଭିସଙ୍କୁ ପ୍ରଥମ ଏସଏମଏସ ପଠାଇଥିଲେ । ରିଚାର୍ଡଙ୍କୁ ଏହି ଏସଏମଏସ୍ ଅରବିଟାଲ ୯୦୧ ଫୋନରେ ମିଳିଥିଲା । ତେବେ ଏହି ମେସେଜରୁ ନିଲାମୀରୁ ଯେଉଁ ଅର୍ଥ ସଂଗ୍ରହ ମିଳିବ ତାହା ଶରଣାର୍ଥୀଙ୍କ ପାଇଁ କାମ କରୁଥିବା ଏଜେନ୍ସଇଙ୍କୁ ଦିଆଯିବା ନେଇ ଭୋଡାଫୋନ୍ ତରଫରୁ କୁହାଯାଇଛି ।

Get real time updates directly on you device, subscribe now.