fbpx

ସଙ୍କେତ ଦେଲେ ଗାଙ୍ଗୁଲି, ଦ୍ରାବିଡ-ଲକ୍ଷ୍ମଣଙ୍କ ପରେ ସଚିନଙ୍କୁ ଦଳରେ ମିଳିପାରେ ବଡ ଦାୟିତ୍ଵ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ରାହୁଲ ଦ୍ରାବିଡଙ୍କୁ ମୁଖ୍ୟ କୋଚ୍ ଦାୟିତ୍ଵ ଦେବା ପରେ ଭିଭିଏସ ଲକ୍ଷ୍ମଣଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ର ନିର୍ଦ୍ଦେଶକ ଭାବେ ନିଯୁକ୍ତ ଦେଇ ସାରିଛି । ଆଉ ଏଥିରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଏହା ପରେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ, ଭାରତୀୟ କ୍ରିକେଟରେ ଗାଙ୍ଗୁଲିଙ୍କ ଯୁଗର ପ୍ରତ୍ୟାବର୍ତ୍ତନ ଘଟିଛି। ଗାଙ୍ଗୁଲି ଦ୍ରାବିଡ ଓ ଲକ୍ଷ୍ମଣଙ୍କ ପରେ ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଏହି ତାଲିକାରେ ଯୋଡିବାର ସଙ୍କେତ ଦେଇଛନ୍ତି। ତେବେ ଦାଦା ଏହା ମଧ୍ୟ କହିଛନ୍ତି, ସଚିନଙ୍କ ମାମଲାରେ କିଛିଟା ଭିନ୍ନ ରହିପାରେ ।

ସାମ୍ବାଦିକ ବୋରିଆ ମଜୁମଦାରଙ୍କ ଶୋ ‘ବ୍ୟାକଷ୍ଟେଜ୍ ଓ୍ଵିଥ୍ ବୋରିଆ’ରେ ଗାଙ୍ଗୁଲି କହିଛନ୍ତି ଯେ, ସଚିନ ସ୍ପଷ୍ଟ ଭାବେ କିଛିଟା ଭିନ୍ନ । ସେ ଏହି ସବୁରେ ସାମିଲ୍ ହେବାକୁ ଚାହାନ୍ତି ନାହିଁ । ମୋତେ ବିଶ୍ଵାସ ଯେ, ସଚିନଙ୍କ ଭାରତୀୟ କ୍ରିକେଟରେ ସାମିଲ୍ ହେବାଠୁ ବଡ ଅନ୍ୟ କୌଣସି ଖବର ହୋଇ ପାରିବ ନାହିଁ । କେଉଁଭଳି ସଚିନଙ୍କୁ ଭାରତୀୟ ଦଳରେ ଜଡିତ କରାଯିବ ଏହା ଉପରେ କାମ କରାଯିବାର ଆବଶ୍ୟକତା ରହିଛି । କାରଣ ଆପଣ ଠିକ୍ କରନ୍ତୁ କି ଭୁଲ୍ କରନ୍ତୁ ଚାରିଆଡେ ଖାଲି ବିବାଦ ହିଁ ବିବାଦ । ବିବାଦ ଦ୍ଵାରଦେଶକୁ ବି ଚାଲି ଆସୁଛି । ଆପଣଙ୍କୁ କ୍ରିକେଟର ସବୁଠୁ ଭଲ ପ୍ରତିଭା ସାମିଲ୍ କରିବାର ସବୁଠୁ ଭଲ ତରିକା ଖୋଜିବାର ଆବଶ୍ୟକତା ରହିଛି। ସେହିପରି ଯେମିତି ହେଲେ ସଚିନଙ୍କୁ ଭାରତୀୟ ଦଳରେ ସାମିଲ୍ ହେବାର ଉପାୟ ଖୋଜି ନେବୁ ବୋଲି ଗାଙ୍ଗୁଲି କହିଛନ୍ତି।

Get real time updates directly on you device, subscribe now.