ଦିଲ୍ଲୀ ରୋହିଣୀ କୋର୍ଟ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଡିଆରଡିଓ ବୈଜ୍ଞାନିକ: ଓକିଲଙ୍କ ଠାରୁ ପ୍ରତିଶୋଧ ପାଇଁ ରଚିଥିଲେ ଷଡ଼ଯନ୍ତ୍ର

ଦିଲ୍ଲୀ ରୋହିଣୀ କୋର୍ଟ ବିସ୍ଫୋରଣ ମାମଲାରେ ମାଷ୍ଟର ମାଇଣ୍ଡ ବୈଜ୍ଞାନିକଙ୍କୁ ଗିରଫ କରିଛି ପୋଲିସ୍ । ଏହି ବୈଜ୍ଞାନିକ ଜଣକ ଦିଲ୍ଲୀର ରୋହିଣୀ କୋର୍ଟ ନମ୍ବର ୧୦୨ ରେ ବମ୍ ରଖିଥିଲେ । ଅଭିଯୁକ୍ତଙ୍କ ଜଣେ ଓକିଲଙ୍କ ସହ ବିବାଦ ରହଥିଲା ଆଉ ସେ ଓକିଲଙ୍କୁ ମାରିବା ପାଇଁ କମ ରଖିଥିଲେ । ଘଟଣା ଦିନ ଅଭିଯୁକ୍ତ ଜଣକ କଳା ଡ୍ରେସ୍ ପିନ୍ଧି ଆସିଥିଲେ ଯେମିତି ସେ ମଧ୍ୟ ଓକିଲ ଭଳି ଜଣାପଡ଼ିବେ । ପୋଲିସ୍ ଅଭିଯୁକ୍ତଙ୍କ ପୋଷାକକୁ ଜବତ କରିଛି ।

ଏହି ବୈଜ୍ଞାନିକ ଜଣକ ଡିଆରଡିଓ କାର୍ଯ୍ୟରତ । ବିବାଦ ଥିବା ଓକିଲଙ୍କୁ ଟାର୍ଗେଟ କରିବା ତଥା ଧମକାଇବା ପାଇଁ ସେ ଏହି ବମ୍ ଧମାକା କରିଥିଲେ । ସୂଚନା ଅନୁଯାୟୀ, ଅଭିଯୁକ୍ତି ଜଣକ ଅଶୋକ ବିହାରରେ ରହୁଛନ୍ତି । ଓକିଲ ଜଣକ ମଧ୍ୟ ତାଙ୍କର ତଳ ଫ୍ଲାଟରେ ରହୁଛନ୍ତି । ଦୁହଁଙ୍କ ମଧ୍ୟରେ ବିବାଦ ରହିଥିଲା ଓକିଲ ଜଣକ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ୯ ଡିସେମ୍ବରରେ କୋର୍ଟରେ ଶୁଣାଣି ଥିଲା । ଉଭୟ କୋର୍ଟରେ ମଧ୍ୟ ପହଞ୍ଚିଥିଲେ । ଏହାପରେ ୧୦ଟା ୩୦ରେ ଯେତେବେଳେ ବମ୍ ଫୁଟିଥିଲା ଅଭିଯୁକ୍ତ ଜଣକ ସେଠାରୁ ପଳାଇଯାଇଥିଲେ ।

ଦିଲ୍ଲୀ ପୋଲିସ୍ ଏହି ମାମଲା ଏଫଆଇଆର ରୁଜୁ କରି ସ୍ପେଶାଲ ସେଲକୁ ପଠାଇଥିଲେ । ସ୍ପେଶାଲ ସେଲ ଯାଞ୍ଚ ଆରମ୍ଭ କରିଥିଲା । ସ୍ପେଶାଲ ସେଲର ଅନ୍ୟ ଟିମ୍ ମଧ୍ୟ ଯାଞ୍ଚରେ ଲାଗିଥିଲା । କୋର୍ଟରେ ଲାଗିଥିବା ପ୍ରାୟ ୧୦୦ ସିସିଟିଭି ଭିଡିଓ ରେକର୍ଡିଂ ଯାଞ୍ଚ କରାଯାଇଥିଲା । ୯ ତାରିଖରେ ହେବାକୁ ଥିବା ଶୁଣାଣି ଗୁଡ଼ିକର ତଥ୍ୟ ନିଆଯାଇଥିଲା । ଏହଭଳି ଭାବରେ ପୋଲିସ୍ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା ।