fbpx

ଇପିଏଫଓ ଆଲର୍ଟ: ୩୧ ଡିସେମ୍ବର ସୁଦ୍ଧା ସାରିଦିଅନ୍ତୁ ଏହି କାମ, ନଚେତ୍ ହେବ ଏହି ସମସ୍ୟା

ନୂଆଦିଲ୍ଲୀ: ପିଏଫ୍ ଆକାଉଣ୍ଟ୍ ହୋଲ୍ଡରଙ୍କ ପାଇଁ ଡିସେମ୍ବର ୩୧ରେ ଡେଡ୍ ଲାଇନ୍ ଶେଷ ହେବାକୁ ଯାଉଛି । ସୂଚନା ଯେ, କର୍ମଚାରୀ ପ୍ରୋଭିଡେଣ୍ଟ୍ ଫଣ୍ଡ ଅର୍ଗାନାଇଜେସନ୍ ବା ଇପିଏଫଓ ପକ୍ଷରୁ ସମସ୍ତ ପିଏଫ୍ ଆକାଉଣ୍ଟଧାରକଙ୍କ ପାଇଁ ନୋମିନି ଆଡ୍ କରିବା ବାଧ୍ୟତାମୂଳକ କରିଛି । ଆଉ ଯଦି ଆକାଉଣ୍ଟଧାରକ ମାନେ ନୋମିନି ଯୋଡ଼ିବା କାମ ଡିସେମ୍ବର ୩୧ ସୁଦ୍ଧା ନ କରନ୍ତି ତାହେଲେ ସେମାନଙ୍କୁ ଅସୁବିଧାର ସାମନା କରିବାକୁ ହେବ । ଋଚୠଙ ଏପରି କରାଯିବାର ମୁଖ୍ୟ ଲକ୍ଷ୍ୟ ହେଉଛି ପିଏଫ୍ ଆକାଉଣ୍ଟଧାରୀଙ୍କ ନିର୍ଭରଶୀଳ ମାନଙ୍କୁ ସୁରକ୍ଷା ଯୋଗାଇବା ।

ଯଦି ପିଏଫ୍ ଆକାଉଣ୍ଟଧାରୀମାନଙ୍କ ସହିତ କିଛି ଅଘଟଣ ଘଟେ, ତେବେ ନୋମିନିଙ୍କୁ ବୀମା ଏବଂ ପେନସନ୍ ଭଳି ଲାଭ ମିଳିଥାଏ । ନିକଟରେ ଇପିଏଫ୍ଓ କହିଛି, “ଇପିଏଫ୍ଓ ଗ୍ରାହକମାନେ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା ପାଇଁ ଇ-ନୋମିନେସନ୍ ର ସୁବିଧା ପାଇବା ଉଚିତ୍ । ଅନଲାଇନ୍ ପ୍ରୋଭିଡେଣ୍ଟ୍ ଫଣ୍ଡ, ପେନ୍ସନ୍ ଏବଂ ବୀମା ସେବା ପାଇବାକୁ ଆପଣ ନିଜର ଇ-ନୋମିନେସନ୍ ଦାଖଲ କରନ୍ତୁ । ଗ୍ରାହକଙ୍କ ପାଇଁ ତାଙ୍କ ପତ୍ନୀ, ପିଲା ଏବଂ ପିତାମାତାଙ୍କ ଯତ୍ନ ନେବା ଏବଂ ଅନଲାଇନ୍ ପିଏଫ୍, ପେନ୍ସନ୍ ଏବଂ ବୀମା ମାଧ୍ୟମରେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ନୋମିନି ଦାଖଲ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ” ।

ତେବେ ଗ୍ରାହକ ମାନେ ଏହି କାମ ଅନଲାଇନ୍ ମାଧ୍ୟମରେ କରିପାରିବେ । ଏହି ସୁବିଧାରେ ଆପଣ ଏକରୁ ଅଧିକ ନୋମିନିଙ୍କ ନାମ ଯୋଡ଼ି ପାରିବେ । ଏହା ବ୍ୟତୀତ ଆକାଉଣ୍ଟଧାରୀ, ନୋମିନିଙ୍କୁ ମିଳିବାକୁ ଥିବା ଭାଗ ମଧ୍ୟ ସ୍ଥିର କରିପାରିବେ ।

Get real time updates directly on you device, subscribe now.