fbpx

ସମ୍ବଲପୁରରେ କରୋନା ବିସ୍ଫୋରଣ! ୬ କଲେଜ ଛାତ୍ର ପଜିଟିଭ

ସମ୍ବଲପୁର(ଓଡ଼ିଶା ଭାସ୍କର): କରୋନା ମହାମାରୀ ପୁଣି ନିଜ କହର ଦେଖାଇବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଲୋକମାନେ ଭୟରେ ଥିବା ବେଳେ ସ୍କୁଲ, କଲେଜ ଛାତ୍ରଛାତ୍ରୀମାନେ କରୋନାର ଶିକାର ହେଉଛନ୍ତି । ଏହାରି ମଧ୍ୟରେ ସମ୍ବଲପୁର ଧନକଉଡ଼ା ସ୍ଥିତ ଘରୋଇ କଲେଜରେ ପୁଣି କରୋନା ବିସ୍ଫୋରଣ ହୋଇଛି । ଘରୋଇ କଲେଜର ୬ ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଛାତ୍ରଙ୍କୁ ଆଇସୋଲେସନରେ ରଖାଯାଇ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ଏହା ପୂର୍ବରୁ ସମ୍ବଲପୁରରୁ ଅନେକ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି ।

Get real time updates directly on you device, subscribe now.