fbpx

ସମୁଦ୍ରର ଏପରି ଏକ ରହସ୍ୟମୟୀ ସ୍ଥାନ, ଯେଉଁଠାରେ କେହି ଚାହିଁଲେ ବି ବୁଡ଼ିପାରନ୍ତି ନାହିଁ

ସମୁଦ୍ରରେ ମଜା କରିବା ପାଇଁ ସମସ୍ତଙ୍କୁ ଭଲ ଲାଗିଥାଏ । ଯଦି ଆପଣଙ୍କ ପହଁରିବା ଆସିନଥାଏ, ତେବେ ଆପଣ ଏହା ବିଷୟରେ ଭାବି ବି ପାରନ୍ତି ନାହିଁ । କିନ୍ତୁ ଏପରି ଏକ ସମୁଦ୍ର ରହିଛି, ଯେଉଁଠାରେ ପହଁରା ଜାଣିନଥିବା ଲୋକେ ମଧ୍ୟ ସେଠାରେ ପହଁରି ପାରିବେ ଓ ସମୁଦ୍ରର ମଜା ଉଠାଇପାରିବେ । ଖାସ୍ କଥା ହେଉଛି କି, ଆପଣ ଚାହିଁଲେ ବି ଏଠାରେ ବୁଡ଼ିପାରିବେ ନାହିଁ ।

ଏହି ସମୁଦ୍ର ଜାର୍ଡନ ଓ ଇସ୍ରାଏଲ ମଧ୍ୟରେ ରହିଛି ଓ ଏହା ଡେଡ୍ ସି ନାମରେ ପରିଚିତ । ଏହି ସୁମୁଦ୍ର ଦୁନିଆର ସବୁଠାରୁ ଗଭୀର ଲୁଣିଆ ପାଣିର ହ୍ରଦ ଭାବେ ପ୍ରସିଦ୍ଧ । ଏପରି କୁହାଯାଏ କି, ଲୁଣର ଚାପ ଯୋଗୁଁ କେହି ବି ଏଠାରେ ବୁଡ଼ନ୍ତି ନାହିଁ । ଏହି କାରଣ ଯୋଗୁଁ ଏଠାରେ ସର୍ବଦା ପର୍ଯ୍ୟଟକମାନଙ୍କ ଭିଡ଼ ଲାଗିରହିଥାଏ ।

Do you know you can't drown in dead sea? Here's why - Education Today News

ତେବେ ଡେଡ୍ ସି ସମୁଦ୍ର ପତ୍ତନଠାରୁ ପ୍ରାୟ ୧୩୮୮ ଫୁଟ ତଳେ ପୃଥିବୀର ସବୁଠାରୁ ତଳ ସ୍ଥାନରେ ରହିଛି । ଏହା ସହ ସମୁଦ୍ରଟି ପ୍ରାୟ ୩ ଲକ୍ଷ ବର୍ଷ ପୁରୁଣା । ଏହି ସମୁଦ୍ରର ଘନତା ଏତେ ଅଧିକ ଯେ ଏଥିରେ ଥିବା ଜଳର ପ୍ରବାହ ତଳରୁ ଉପର ପର୍ଯ୍ୟନ୍ତ ଓ ଏହି କାରଣ ହେଉଛି ଯେ ଆପଣ ସିଧା ଶୋଇଲେ ବି ସମୁଦ୍ରରେ ବୁଡ଼ିବେ ନାହିଁ ।

ଡେଡ୍ ସି ନାମ ପଛରେ ଜଳର ଲୁଣିଆପଣ ସବୁଠାରୁ ବଡ କାରଣ । ଏହି ସମୁଦ୍ରର ଜଳ ଏତେ ଲୁଣିଆ ଯେ ଏଥିରେ କୌଣସି ଜୀବ ଜୀବିତ ରହିପାରିବେ ନାହିଁ । ଏଠାରେ କୌଣସି ଗଛ କିମ୍ବା ଘାସ ନାହିଁ । ଏହି ସମୁଦ୍ରରେ ମାଛ ଏବଂ ଅନ୍ୟ ଜୀବଜନ୍ତୁ ମିଳନ୍ତି ନାହିଁ ।

Get real time updates directly on you device, subscribe now.