fbpx
BJD SKY
BJD SKY

ବିମାନ ବନ୍ଦରରେ ଚପଲରେ ମାରିଲା ମା’: ଦେଖନ୍ତୁ ଏହି ମଜାଦାର ଭାଇରାଲ ଭିଡିଓ

BJD

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ମା ନିଜ ପୁଅକୁ ଚପଲରେ ପିଟୁଛି । ଏହି ମଜାଦାର ଭିଡିଓଟି ଭାଇରାଲ ହେବା ପରେ ଏହା ମାର ଭାରତୀୟ ରୂପ ବୋଲି କିଛି ବ୍ୟବହାରକାରୀ ଲେଖିଛନ୍ତି । ଦୁନିଆରେ ମାର ସ୍ନେହ ସବୁଠାରୁ ସ୍ୱତନ୍ତ୍ର । ତେବେ ଏହି ଭିଡିଓରେ ବିମାନ ବନ୍ଦରରୁ ନିଜ ମା’ଙ୍କୁ ରିସିଭ କରିବା ପାଇଁ ଆସିଥିବା ଯୁବକ ଜଣଙ୍କ ଚପଲରେ ମାଡ ଖାଇଛନ୍ତି । ଭିଡିଓଟିକୁ ଦେଖିଲେ ଆପଣ ମଧ୍ୟ ନିଜର ହସ ରୋକି ପାରିବେ ନାହିଁ ।

୮ ଲକ୍ଷରୁ ଅଧିକ ଲୋକ ଏହି ଭାଇରାଲ ଭିଡିଓଟିକୁ ଦେଖିଛନ୍ତି । ମା ଏୟାରପୋର୍ଟ ବାହାରକୁ ଆସୁଥିବା ବେଳେ ଆମେ ତୁମକୁ ବହୁତ ମିସ କରିଛୁ ବୋଲି ଏକ ପ୍ଲାକାର୍ଡ ଏବଂ ଫୁଲତୋଡା ଧରି ଠିଆ ହୋଇଥିଲା ପୁଅ । ଏହି ସମସ୍ତ ଘଟଣାକୁ ପୁଅ ରେକର୍ଡ କରାଉଥିଲା । ରେକର୍ଡ ହେଉଥିବା ଦେଖି ମା ସଙ୍ଗେ ସଙ୍ଗେ ପାଦରୁ ଖୋଲିଥିଲେ ଚପଲ । ଏହାପରେ ଚପଲରେ ମାଡ ପଡିବା ପରେ ଯୁବକ ଜଣଙ୍କ ଦୌଡିଥିଲେ । ଦେଖନ୍ତୁ ଭିଡିଓ..

 

View this post on Instagram

 

A post shared by Anwar Jibawi (@anwar)

Get real time updates directly on you device, subscribe now.